ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ବର୍ଡର ସିକ୍ୟୁରିଟି ଫୋର୍ସ ଅନ୍ତର୍ଜାତୀୟ ସୀମା ସାମ୍ବା ନିକଟରେ ୩ ଜଣ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କରିଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି । ବିଏସଏଫ ଅନୁସାରେ, ରବିବାର ସକାଳୁ ତଡକେ ବିଏସଏଫ ଯବାନଙ୍କୁ ସାମ୍ବାରେ ଚୋରାଚାଲାଣକାରୀ ମାଦକ ଦ୍ରବ୍ୟ ଚୋରାଚାଲାଣ କରିବା ନେଇ ଖବର ମିଳିଥିଲା। ଏହା ପରେ ଯବାନ ମାନେ ସେମାନଙ୍କ ଅପରେସନ ଆରମ୍ଭ କରିଦେଇଥିଲେ । ଏହା ପରେ ବିଏସଏଫ ୩ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କରିଥିଲେ । ସେମାନଙ୍କ ନିକଟରୁ ୩୬ କେଜି ମାଦକ ଦ୍ରବ୍ୟ ଜବତ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ତାର ମୂଲ୍ୟ ପାଖାପାଖି ୧୮୦ କୋଟି ହେବ । ଏବେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ