ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ସୀମାରେ ହେଉଥିଲା ଡ୍ରଗ୍ସ ଚାଲାଣ

0

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ବର୍ଡର ସିକ୍ୟୁରିଟି ଫୋର୍ସ ଅନ୍ତର୍ଜାତୀୟ ସୀମା ସାମ୍ବା ନିକଟରେ ୩ ଜଣ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କରିଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଛି । ବିଏସଏଫ ଅନୁସାରେ, ରବିବାର ସକାଳୁ ତଡକେ ବିଏସଏଫ ଯବାନଙ୍କୁ ସାମ୍ବାରେ ଚୋରାଚାଲାଣକାରୀ ମାଦକ ଦ୍ରବ୍ୟ ଚୋରାଚାଲାଣ କରିବା ନେଇ ଖବର ମିଳିଥିଲା। ଏହା ପରେ ଯବାନ ମାନେ ସେମାନଙ୍କ ଅପରେସନ ଆରମ୍ଭ କରିଦେଇଥିଲେ । ଏହା ପରେ ବିଏସଏଫ ୩ ପାକିସ୍ତାନୀ ଚୋରାଚାଲାଣକାରୀଙ୍କୁ ନିପାତ କରିଥିଲେ । ସେମାନଙ୍କ ନିକଟରୁ ୩୬ କେଜି ମାଦକ ଦ୍ରବ୍ୟ ଜବତ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ତାର ମୂଲ୍ୟ ପାଖାପାଖି ୧୮୦ କୋଟି ହେବ । ଏବେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.