ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଖୋଲିଲା ସ୍କୁଲ,କଲେଜ..କୋଭିଡ କଟକଣାରେ ପାଠପଢା

0

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ, କଲେଜ । ସବୁ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ପାଠପଢା ଆରମ୍ଭ ହୋଇଛି । ସ୍କୁଲ ପରିସରକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବା ସହ ସଫା କରାଯାଇଛି । ସାମାଜିକ ଦୂରତା ରଖି ଛାତ୍ରଛାତ୍ରୀଙ୍କ ଡେସ୍କ,ବେଞ୍ଚ ପ୍ରସ୍ତୂତ କରାଯାଇଛି ।

ତେବେ ସ୍କୁଲ ଖୋଲିଲେ ବି ଉଭୟ ଅନଲାଇନ ଓ ଅଫଲାଇନ ପାଠପଢା ହେବ । ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନରେ ବି କ୍ଲାସ କରିପାରିବେ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଦିନ ୧୦ରୁ ଅପରାହ୍ନ ୪ଟା ଯାଏଁ କ୍ଲାସ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ରୁ ଗୋଟାଏ ଯାଏଁ ସ୍କୁଲ ଖୋଲା ରହିବ । ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ପିଲାଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ । ସ୍କୁଲ ଶିକ୍ଷକ କୋଭିଡ କଟକଣା ପାଳନ ଉପରେ ନଜର ରଖିବେ । ନବମ ଶ୍ରେଣୀ ଯାଏଁ ପରୀକ୍ଷା ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଦୋନ୍ନତି ପାଇଁ କ୍ଲାସ ଆସେସମେଣ୍ଟ ପରୀକ୍ଷା ହେବ । ସ୍କୁଲ ସମେତ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ମଧ୍ୟ ଆଜିଠୁ ଖୋଲିଛି । କୋଭିଡ ଗାଇଡଲାଇନରେ ପାଠପଢା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏ ସ୍କୁଲରେ ପାଠପଢା ଆରମ୍ଭ ହେବ।

Leave A Reply

Your email address will not be published.