ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଖୋଲିଲା ସ୍କୁଲ,କଲେଜ..କୋଭିଡ କଟକଣାରେ ପାଠପଢା

0

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠୁ ପୁଣି ଖୋଲିଛି ସ୍କୁଲ, କଲେଜ । ସବୁ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ପାଠପଢା ଆରମ୍ଭ ହୋଇଛି । ସ୍କୁଲ ପରିସରକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବା ସହ ସଫା କରାଯାଇଛି । ସାମାଜିକ ଦୂରତା ରଖି ଛାତ୍ରଛାତ୍ରୀଙ୍କ ଡେସ୍କ,ବେଞ୍ଚ ପ୍ରସ୍ତୂତ କରାଯାଇଛି ।

ତେବେ ସ୍କୁଲ ଖୋଲିଲେ ବି ଉଭୟ ଅନଲାଇନ ଓ ଅଫଲାଇନ ପାଠପଢା ହେବ । ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନରେ ବି କ୍ଲାସ କରିପାରିବେ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଦିନ ୧୦ରୁ ଅପରାହ୍ନ ୪ଟା ଯାଏଁ କ୍ଲାସ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ରୁ ଗୋଟାଏ ଯାଏଁ ସ୍କୁଲ ଖୋଲା ରହିବ । ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ପିଲାଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ । ସ୍କୁଲ ଶିକ୍ଷକ କୋଭିଡ କଟକଣା ପାଳନ ଉପରେ ନଜର ରଖିବେ । ନବମ ଶ୍ରେଣୀ ଯାଏଁ ପରୀକ୍ଷା ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଦୋନ୍ନତି ପାଇଁ କ୍ଲାସ ଆସେସମେଣ୍ଟ ପରୀକ୍ଷା ହେବ । ସ୍କୁଲ ସମେତ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ମଧ୍ୟ ଆଜିଠୁ ଖୋଲିଛି । କୋଭିଡ ଗାଇଡଲାଇନରେ ପାଠପଢା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତା ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଯାଏ ସ୍କୁଲରେ ପାଠପଢା ଆରମ୍ଭ ହେବ।

Leave A Reply

Your email address will not be published.