ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଲତାଙ୍କ ବିୟୋଗରେ ଦୁଇ ଦିନିଆ ଶୋକ, ଆଜି ମହାରାଷ୍ଟ୍ରରେ ସବୁ ସ୍କୁଲ,କଲେଜ ବନ୍ଦ

0

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଶୋକରେ ବୁଡିଛି ପୁରା ଦେଶ । ଲତା ମଙ୍ଗେସକରଙ୍କ ସମ୍ମାନରେ ଦୁଇ ଦୁନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦୁଇ ଦିନ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ସ୍କୁଲ,କଲେଜ, ବ୍ୟାଙ୍କ ସମତେ ସମସ୍ତ କାର୍ଯ୍ୟାଳୟ ଗୁଡିକ ଆଜି ବନ୍ଦ ରହିବ ।

ସେହିପରି ଆଜିଠୁ ଆରମ୍ଭ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମୂଦ୍ରାନୀତି ସମୀକ୍ଷା ବୈଠକ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି । ଆସନ୍ତାକାଲିଠୁ ଆରବିଆଇର ମନିଟାରୀ ପଲିସି ବୈଠକ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପଶ୍ଚିମବଙ୍ଗରେ ମଧ୍ୟ ଆଜି ଅଧା ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ସହ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ୧୫ ଦିନ ପାଇଁ ସାର୍ବଜନୀନ ସ୍ଥାନରେ ଲତା ମଙ୍ଗେସକରଙ୍କ ଗୀତ ବାଜିବ ବୋଲି ଘୋଷଣା କରାଯାଇଛି ।

ଜାନୁଆରୀ ୮ରୁ ହସ୍ପିଟାଲରେ ଭର୍ତ୍ତି ହୋଇ ଭେଣ୍ଟିଲେଟରରେ ଥିଲେ ଲତା । ଗତକାଲି ସକାଳ ୮ଟା ୧୨ ମିନିଟରେ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ କୋକିଳକଣ୍ଠି ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିଲା । ଲତା ମଙ୍ଗେସକରଙ୍କର ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁମ୍ବାଇ ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଲତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

Leave A Reply

Your email address will not be published.