ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଣି ଫେରିଲା ମମିତା ତାତି, ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

0

ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଆଉ ବିଜେପି । ଏଫସିଆଇ ତୁରନ୍ତ ଉଷୁନା ଚାଉଳ ଉଠାଇବା ଦାବିରେ ବିଜେଡି ଭୁବନେଶ୍ୱର ଏଫସିଆଇ ଅଫିସ ସମ୍ମୁଖରେ ଧାରଣା ଦେଇଛି । ଏପଟେ ମମିତା ମେହେର ପ୍ରସଙ୍ଗରେ ରାଜଧାନୀ ରାଜରାସ୍ତାରେ ଗର୍ଜିଛି ବିଜେପି । ପୁଣି ୪ ମାସ ପରେ ତେଜିଛି ମମିତା ମେହେର ଝଡ଼ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଆଜି ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ନବୀନ ନିବାସ ମୁହାଁ ହୋଇଥିଲେ । ଶିଶୁଭବନ ଛକ ନିକଟରେ ପୁଲିସ ବିଜେପି କର୍ମୀଙ୍କୁ ଅଟକାଇଥିଲା । ଫଳରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶିଶୁଭବନ ଛକରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହାିଁ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶତାଧିକ କର୍ମୀଙ୍କୁ ପୁଲିସ ଗିରଫ କରିଛି ।

ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ, ମମିତା ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲକୁ ୪ ମାସ ବିତିଲାଣି । ହେଲେ ଏଯାଏଁ ପୁଲିସ କେବଳ ଗୋବିନ୍ଦ ସାହୁକୁ ଗିରଫ କରି ଚୁପ ବସିଛି । ଘଟଣା ମୁଖ୍ୟ ଅଭିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବାରେ ପୁଲିସ ର୍ନାଁ ଧରୁନି । ଅଭିଯୁକ୍ତକୁ ଘୋଡାଇ ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ।

ସେପଟେ ବିଜେଡି ଆଜି କେନ୍ଦ୍ର ଉଷୁନା ଚାଉଳ ନଉଠାଇବା ପ୍ରସଙ୍ଗରେ ଭୁବନେଶ୍ୱର ଏଫସିଆଇ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛି । ୨୦୨୦-୨୧ ଖରିଫ ଋତୁରେ ଓଡିଶା ୫୨ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉତ୍ପାଦନ କରିଛି । ଏଥିରୁ ଏଫସିଆଇ ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା କଥା । ସେଥିରୁ ୨ ଲକ୍ଷ ଟନ ଅରୁଆ ଚାଉଳ, ୫ ଲକ୍ଷ ଟନ ଭିଟାମିନ ଯୁକ୍ତ ଚାଉଳକୁ ଏଫସିଆଇ କିଣିବାକୁ ରାଜି ଥିବା ବେଳେ ବାକି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ କିଣିବାକୁ ମନା କରୁଛି । ଓଡିଶା ୯୫ ପ୍ରତିଶତ ଉଷୁନା ଉତ୍ପାଦନ କରୁଥିବା ବେଳେ ଏଫସିଆଇ ଉଷୁନା ନକିଣିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବିଜେଡି କହିଛି ।

Leave A Reply

Your email address will not be published.