ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

‘ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସ ଦାୟୀ’

0

ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ମୋଦି । ମୋଦି କହିଛନ୍ତି, ଯେଉଁଠି ପରିବାରବାଦ ଚାଲେ, ସେଠି ଦକ୍ଷତାର ମୃତ୍ୟୁ ଘଟିଥାଏ । ଭାରତର ଗଣତନ୍ତ୍ର କଂଗ୍ରେସ ଦୟାରେ ଚାଲୁନି କହିବା ସହ କଂଗ୍ରେସରେ ପରିବାରବାଦ ରାଜନୀତି ଚାଲିଛି ବୋଲି କହି ମୋଦୀ ସମାଲୋଚନା କରିଛନ୍ତି ।

ମୋଦୀ କହିଛନ୍ତି, ଯଦି କଂଗ୍ରେସ ନଜରରେ ଭାରତ ଏକ ରାଷ୍ଟ୍ର ନୁହେଁ , ତେବେ ନିଜ ଦଳର ନାଁ ଭାରତୀୟ ଜାତୀୟ କଂଗ୍ରେସ କାହିଁକି ରଖିଛ?ଯଦି କଂଗ୍ରେସ ପାଇଁ ଭାରତ ଏକ ରାଷ୍ଟ୍ର ନୁହେଁ ତେବେ ପ୍ରଥମେ ନିଜ ଦଳର ନାଁ ବଦଳାଇ ଫେଡେରେସନ ଅଫ ଇଣ୍ଡିଆ ରଖିବା ଉଚିତ । ଏହା ସହ ସଂସଦରେ ମୋଦି କହିଛନ୍ତି, ଦେଶରେ ଯଦି କଂଗ୍ରେସ ନଥାନ୍ତା ତେବେ କଣ ହୋଇଥାନ୍ତା । ମୋଦି କହିଛନ୍ତି କଂଗ୍ରେସ ନଥିଲେ , ଲୋକତନ୍ତ୍ର ପରିବାରବାଦରୁ ମୁକ୍ତ ହୋଇଥାନ୍ତା କଂଗ୍ରେସ ନଥିଲେ, ଭାରତ ବିଦେଶୀଙ୍କ ଦ୍ୱାରା ଦେଖାଯାଇଥିବା ବାଟରେ ନୁହେଁ, ବଂର ସ୍ୱଦେଶୀ ସଂକଳ୍ପ ନେଇ ଆଗକୁ ବଢିଥାନ୍ତା । ଯଦି କଂଗ୍ରେସ ନଥାନ୍ତା,ତେବେ ଦେଶରେ ଇମରଜେନ୍ସି କଳଙ୍କ ଲାଗିନଥାନ୍ତା , କଂଗ୍ରେସ ନଥିଲେ, ଶିଖମାନଙ୍କର ନରସଂହାର ହୋଇନଥାନ୍ତା, ଜାତିବାଦ,ଆ ଳିକ ବାଦ ଏତେ ତଳକୁ ଯାଇନଥାନ୍ତା , କାଶ୍କୀର ପଣ୍ଡିତଙ୍କୁ କାଶ୍ମୀର ଛାଡିବାକୁ ପଡିନଥାନ୍ତା, ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିପାରିଥାନ୍ତା ବୋଲି ମୋଦି କହିଛନ୍ତି ।

ମୋଦି କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ କରୋନା ଭଳି ସଂକଟ ସମୟରେ କିଭଳି ବିଭିନ୍ନ କ୍ଷେତ୍ରରେ ସରକାର କାର୍ଯ୍ୟ କରିଛନ୍ତି, ତାହା କହିଛନ୍ତି । ରୋଜଗାରଠୁ ଆରମ୍ଭ କରି ମହଙ୍ଗା ଉପରେ ନିଜର ବୟାନ ରଖିଛନ୍ତି । ମୋଦି କହିଛନ୍ତି ଦରବୃଦ୍ଧି ନିୟନ୍ତ୍ରଣରେ ରଖିବାକୁ ଅନେକ ପ୍ରୟାସ କରିଛୁ । ଆମେରିକା ଗତ ୪୦ ବର୍ଷ ଭିତରେ ସର୍ବାଧିକ ଦରବୃଦ୍ଧିର ଶିକାର ହୋଇଛି । ବ୍ରିଟେନରେ ଦରବୃଦ୍ଧି ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ୟୁପିଏ ସରକାର ସହ ତୁଳନା କଲେ ଦରବୃଦ୍ଧି କଣ ଜାଣିପାରିବେ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.