ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ପୁଣି ଫେରିଲା ମମିତା ତାତି, ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

0

ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଆଉ ବିଜେପି । ଏଫସିଆଇ ତୁରନ୍ତ ଉଷୁନା ଚାଉଳ ଉଠାଇବା ଦାବିରେ ବିଜେଡି ଭୁବନେଶ୍ୱର ଏଫସିଆଇ ଅଫିସ ସମ୍ମୁଖରେ ଧାରଣା ଦେଇଛି । ଏପଟେ ମମିତା ମେହେର ପ୍ରସଙ୍ଗରେ ରାଜଧାନୀ ରାଜରାସ୍ତାରେ ଗର୍ଜିଛି ବିଜେପି । ପୁଣି ୪ ମାସ ପରେ ତେଜିଛି ମମିତା ମେହେର ଝଡ଼ । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଆଜି ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ନବୀନ ନିବାସ ମୁହାଁ ହୋଇଥିଲେ । ଶିଶୁଭବନ ଛକ ନିକଟରେ ପୁଲିସ ବିଜେପି କର୍ମୀଙ୍କୁ ଅଟକାଇଥିଲା । ଫଳରେ ଘଟଣା ସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶିଶୁଭବନ ଛକରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହାିଁ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶତାଧିକ କର୍ମୀଙ୍କୁ ପୁଲିସ ଗିରଫ କରିଛି ।

ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ, ମମିତା ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲକୁ ୪ ମାସ ବିତିଲାଣି । ହେଲେ ଏଯାଏଁ ପୁଲିସ କେବଳ ଗୋବିନ୍ଦ ସାହୁକୁ ଗିରଫ କରି ଚୁପ ବସିଛି । ଘଟଣା ମୁଖ୍ୟ ଅଭିଯୁକ୍ତ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବାରେ ପୁଲିସ ର୍ନାଁ ଧରୁନି । ଅଭିଯୁକ୍ତକୁ ଘୋଡାଇ ରଖାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ।

ସେପଟେ ବିଜେଡି ଆଜି କେନ୍ଦ୍ର ଉଷୁନା ଚାଉଳ ନଉଠାଇବା ପ୍ରସଙ୍ଗରେ ଭୁବନେଶ୍ୱର ଏଫସିଆଇ ଅଫିସ ସମ୍ମୁଖରେ ଗଣଧାରଣା ଦେଇଛି । ୨୦୨୦-୨୧ ଖରିଫ ଋତୁରେ ଓଡିଶା ୫୨ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉତ୍ପାଦନ କରିଛି । ଏଥିରୁ ଏଫସିଆଇ ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା କଥା । ସେଥିରୁ ୨ ଲକ୍ଷ ଟନ ଅରୁଆ ଚାଉଳ, ୫ ଲକ୍ଷ ଟନ ଭିଟାମିନ ଯୁକ୍ତ ଚାଉଳକୁ ଏଫସିଆଇ କିଣିବାକୁ ରାଜି ଥିବା ବେଳେ ବାକି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ କିଣିବାକୁ ମନା କରୁଛି । ଓଡିଶା ୯୫ ପ୍ରତିଶତ ଉଷୁନା ଉତ୍ପାଦନ କରୁଥିବା ବେଳେ ଏଫସିଆଇ ଉଷୁନା ନକିଣିବା ଯୁକ୍ତିଯୁକ୍ତ ନୁହେଁ ବୋଲି ବିଜେଡି କହିଛି ।

Leave A Reply

Your email address will not be published.