ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଫେକ୍ ଭୋଟର ସାବଧାନ

0

ଫେକ ଭୋଟର ସାବଧାନ। କେହି ଯଦି ମତଦାନ ବେଳେ ଫେକ ଭୋଟର ବୋଲି ଜଣାପଡିନ୍ତି । ତେବେ ତୁରନ୍ତ ତାଙ୍କୁ ପୁଲିସର ଜିମା ଦିଆଯିବ । ଏଭଳି ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆସନ୍ତା ୨ ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ଥିବା ଆବଶ୍ୟକ । ଏବଂ ତାଙ୍କ ପରିଚୟ ପତ୍ର ମଧ୍ୟ ଠିକ ଥିବା ଦରକାର । ପରିଚୟ ଉପରେ ଆପତ୍ତି ହେଲେ ଭୋଟରଙ୍କ ଉପରେ ଏଜେ ଚ୍ୟାଲେଞ୍ଜ କରିପାରିବେ । ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚ୍ୟାଲେଞ୍ଜ କରିପାରିବେ ଏଜେ । ଏହା ସହ ପ୍ରିଜାଇଡିଂ ଅଫିସର ମଧ୍ୟ ସ୍ପଟ ଉପରେ ଯାଂଚ କରିପାରିବେ । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ଭୋଟରଙ୍କୁ ପୁଲିସ ନିକଟରେ ଜିମା ଦିଆଯିବ । ପୁଲିଂ ଏଜେ ଦେଇଥିବା ଦୁଇ ଟଙ୍କା ଫିକୁ ଫେରାଇ ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ ।

ସେହିପରି ଜଣକ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଲେ ତାକୁ କାଉ କରାଯିବନି। ସେହି କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟ୍ରେଣ୍ଡ ପାଇଁ ଅନୁମତି ମିଳିବ। ଅନ୍ୟପଟେ ଭୋଟ ଦେଇଥିବା ସେହି ବାଲାଟ ପେପରକୁ ଅଲଗା ରଖାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି ।

Leave A Reply

Your email address will not be published.