ଦେଶରେ କରୋନା ସଂକ୍ରମଣ ଲଗାତର ଭାବେ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ରେ ଦେଶରେ ୩୪ ହଜାର ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କ୍ରମାଗତ ୪୦ ଦିନ ପରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି । ଜାନୁଆରି ୪ରେ ଦେଶରେ ଦୈନିକ ସଂକ୍ରମଣ ୩୭ ହଜାର ଥିଲା । ୨୪ ଘଣ୍ଟା ରେ ୩୪ ହଜାର ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୬ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୬,୩୧,୪୨୧ରେ ପହଞ୍ଚିଛି । ମୋଟ ମୃତ୍ୟୁସଂଖ୍ୟା ୫,୦୯, ୦୧୧କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରି ସଂକ୍ରମିତଙ୍କ ସଂଖ୍ୟା ରହିଛି ୪,୭୮,୮୮୨ ।
ସେହିପରି ରାଜ୍ୟରେ ମଧ୍ୟ ସଂକ୍ରମଣ ତଳମୁହାଁ ରହିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି । ଦିନକରେ ୮୫୯ ନୂଆ ମାମଲା ଆସିଛି । ୫୦୩ ଜଣ ସଙ୍ଗରୋଧରୁ ଥିବା ବେଳେ ୩୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ୧୮ ବର୍ଷରୁ କମ ୧୭୨ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ ଥିବା ବେଳେ ଅନୁଗୁଳରୁ ୪୫ ଜଣ, ବାଲେଶ୍ୱରରୁ ୨୧, ବରଗଡରୁ ୨୧, ଭଦ୍ରକରେ ୧୨ , କେନ୍ଦ୍ରାପଡାରୁ ୨୫, ପୁରୀରୁ ୧୬, ସମ୍ବଲପୁରରୁ ୩୫, କୋରାପୁଟରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୧୨,୭୮,୧୨୧କୁ ବୃଦ୍ଧି ପାଇଛି ।
ପ୍ରମୁଖ ଖବର
ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’