ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ବୁଧବାର ପ୍ରଥମ ପର୍ଯ୍ୟାୟ ପ|ଞ୍ଚାୟତ ଭୋଟ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

0

ଆସନ୍ତା ୧୬ ତାରିଖରେ ଅର୍ଥାତ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରିବ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ୩୬ ଘଣ୍ଟା ପୂର୍ବରୁ ପ୍ରଚାର, ସଭା ,ସଭିତି ,ଲାଉଡ ସ୍ୱିକର ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ଆଜି ଗୋଟିଏ ଦିନ ଘମାଘୋଟ ପ୍ରଚାରରେ କମ୍ପିବ ଗାଁଦାଣ୍ଡ । ଗାଁ ଗାଁରେ ଦଳର ବରିଷ୍ଠ ନେତା, ଅଭିନେତା, ପ୍ରଚାର ଜୋରଦାର କରିଛନ୍ତି ।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟ, ୧୮ରେ ଦ୍ୱିତୀୟ,୨୦ରେ ତୃତୀୟ, ୨୨ରେ ଚତୃର୍ଥ, ୨୪ରେ ପ ମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବୃଆରୀ ୨୬,୨୭,୨୮ରେ ଭୋଟ ଗଣତି କରାଯିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏଥର ବ୍ଲକ ସ୍ତରରେ ଭୋଟ ଗଣତି ହେବ । ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରଚାର ସବୁବେଳେ ଗୁରୁତ୍ୱ ରଖିଥାଏା କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ନବୀନ ନିଜ ନିର୍ବାଚନ ମଣ୍ଡଳୀ ଛଡା ଅନ୍ୟ କୌଣସି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନଥିଲେ । ଏଥର ମଧ୍ୟ ନବୀନ ପ୍ରଚାରରେ ସାମିଲ ହୋଇନାହାନ୍ତି ।

ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜୋରଦାର ପ୍ରଚାର କରିଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ମଙ୍ଗ ଧରିଥିଲେ । ସାରା ରାଜ୍ୟରେ ମାରାଥନ ପ୍ରଚାର କରିଥିଲେ । ଧର୍ମେନ୍ଦ୍ରଙ୍କ ସହ ଜୁଏଲ ଓରାମ, ଏକାଧିକ କେନ୍ଦ୍ର ମନ୍ତ୍ରୀ, ପଡୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଚାରରେ ସାମିଲ ହୋଇଥିଲେ । ଦଳକୁ ଭଲ ସଫଳତା ମଧ୍ୟ ମିଳିଥିଲା । କିନ୍ତୁ ଏଥର ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଏଯାଏ ଭୋଟ ମାଗିନାହାନ୍ତି । କେବେଳ ଭର୍ଚୁଆଲ ମାଧ୍ୟମରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଦଳର କର୍ମକ ର୍ାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.