ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

0

ଭ୍ୟାଲେଣ୍ଟାଇନ ଡେରେ ବନ୍ଧା ହେଲେ ରସିକିଆ ଡାକ୍ତର । ରାଜଧାନୀ ଭୁବନେଶ୍ୱରରୁ ମହିଳା ଥାନା ପୁଲିସ ଏହି ରସିକିଆ ଡାକ୍ତରଙ୍କୁ ଗିରଫ କରିଛି । ପ୍ରାୟ୍ର ୭ ରାଜ୍ୟରେ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ପ୍ରଥମେ ବିବାହ ଓ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରମେଶ ସ୍ୱାଇଁ । ନିଜକୁ ହୋମିଓପାଥି ଡାକ୍ତରର ପରିଚୟ ଦେଇ ବିବାହ ଯୋଗାଡ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ । ଏହା ପରେ ସେମାନଙ୍କୁ ଲକ୍ଷାଧିକ ଟଙ୍କା ଠକି ନେଉଥିଲେ ।

ଦୀର୍ଘ ୨୦ ବର୍ଷ ହେବ ଏଭଳି ଠକେଇ କରିଆସୁଥିଲେ କେନ୍ଦ୍ରାପଡା ଭଗବାନପୁରର ରମେଶ ସ୍ୱାଇଁ । କିଛି ମହିଳାଙ୍କୁ ଡାକ୍ତର ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ
ବିଭାଗର ଉପନିର୍ଦ୍ଦେଶକ ଭାବେ ମଧ୍ୟ ପରିଚୟ ଦେଇଥିଲେ । ଏତେଟା ବିବାହ କରିଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ମାନେ କେହି କାହା ବିଷୟରେ ଜାଣିନାହାନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଡାକ୍ତର ଜଣକ ବୟସ ୫୪ ବର୍ଷ । ତାଙ୍କଠୁ ଅନେକ ଏଟିଏମ କାର୍ଡ, ଭିନ୍ନ ଭିନ୍ନ ପରିଚୟ ପତ୍ର, କାର ଓ ବହୁ କାଗଜ ପତ୍ର ଜବତ କରିଛି ପୁଲିସ । ତେବେ ଗିରଫ ଡାକ୍ତର ଜଣକ ପ୍ରକୃତରେ ଅସଲି ନା ନକଲି ସେ ନେଇ ପଚରାଉଚରା ଚାଲିଛି।

Leave A Reply

Your email address will not be published.