ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ, କଂଗ୍ରେସ ଟାର୍ଗେଟରେ ଗୃହରାଷ୍ଟ୍ର ମନ୍ତ୍ରୀ

0

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ । କଂଗ୍ରେସ ମମିତା ମେହେର ପ୍ରସଙ୍ଗ ଉଠାଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ । ମନ୍ତ୍ରୀ ପୂର୍ବରୁ ରାୟପୁର ଯିବା ନେଇ ମନା କରୁଥିଲେ । ହେଲେ ଅକ୍ଟୋବର ୧୫ରେ ମନ୍ତ୍ରୀ ରାୟପୁର ଯାଇଥିବା ଦଳ ଦାବି କରିଛି ।

ଅକ୍ଟୋବର ୧୫ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁର ଯିବା ସହ ଚଣ୍ଡିଗଡ ଯାଇ ୧୮ ତାରିଖରେ ରାୟପୁର ଦେଇ ଓଡିଶା ଫେରିଛନ୍ତି ବୋଲି କହିଛି କଂଗ୍ରେସ । ଏହି ସମୟରେ ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସେ ଦେଖାକରିଥିବା କଂଗ୍ରେସ ଦାବି କରିଛି । ଭିଡିଓ ସହିତ ଏ ସମ୍ପର୍କିତ କିଛି କାଗଜପତ୍ର ମଧ୍ୟ ଜାରି କରିଛି ଦଳ । ଏହା ପରେ ୧୯ ତାରିଖରେ ଗୋବିନ୍ଦ ସାହୁ ଗିରଫ ହୋଇଥିଲା । । ଏନେଇ କଂଗ୍ରେସ ୪ଟି ପ୍ରଶ୍ନ କରିଛି । ଅକ୍ଟୋବର ୧୯ରେ ଆଖୁ କିଆରୀରୁ ଗୋବିନ୍ଦ ସାହୁ ଧରାପଡିବା ଘଟଣା ଏକ ସଂଯୋଗ ନା ପ୍ରୟୋଗ ବୋଲି ପ୍ରଶ୍ନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କଠୁ ଜବାବ ଚାହୁଁଛି କଂଗ୍ରେସ । ଓଡିଶା ପୁଲିସ ନିରପେକ୍ଷ ଭାବେ ଦାବି କରୁ ବୋଲି କଂଗ୍ରେସ ଦାବି କରିଛି ।

ଅକ୍ଟୋବର ୮ରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ ଶୁକ୍ରବାର ଦିନ ଚାର୍ଜସିଟ ଦାଖଲ କରିଛି । ଗତ କିଛି ଦିନ ତଳେ ମମିତା ମେହେର ହତ୍ୟାକାଣ୍ଡକୁ ୪ ମାସ ବିତିଯାଇଥିଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ରାଜ୍ୟ ସରକାର ନେଇନଥିବା ଅଭିଯୋଗରେ ବିଜେପି ରାଲି କରିଥିଲା । ରାଜମହଲ ଛକରେ ବିଜେପି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଥିଲେ ।

Leave A Reply

Your email address will not be published.