ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଂକ୍ରମଣ କମୁଛି..କଟକଣା ହଟୁଛି

0

ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି କରୋନା ସଂକ୍ରମଣ କମିବା ସହ ଦେଶର ସବୁ ରାଜ୍ୟରେ କଟକଣା ମଧ୍ୟ କୋହଳ ହେଉଛି । ଓଡିଶାରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବା ପରେ ପୂର୍ବ ସ୍ଥିତି ଧୀରେ ଧୀରେ ଫେରୁଛି । ରାଜ୍ୟରେ ଆଜି ବି ହଜାରେ ତଳେ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରୁ ୯୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୪୨ ଜଣ ଥିବା ବେଳେ ୩୮୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷରୁ କମ ୨୦୩ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ଶହେ ତଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଅନୁଗୁଳରୁ ୪୪, ବାଲେଶ୍ୱରରୁ ୨୨, ବରଗଡ଼ରୁ ୧୩, ଭଦ୍ରକରୁ ୧୬,ଜଗତସିଂହପୁରରୁ ୫୦, ପୁରୀରୁ ୧୩, ସମ୍ବଲପୁରରୁ ୨୯ ମାମଲା ଆସିଛି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯, ୦୪୬ରେ ପହଞ୍ଚିଛି। ସେହିପରି ଆଉ ୨୨ ଜଣ କରୋନାରେ ଆଖିବୁଜିଛନ୍ତି । କରୋନା ଜନିତ ମୃତ୍ୟୁସଂଖ୍ୟା ୮,୯୨୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ୬ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୫ ଜଣ ଅଛନ୍ତି । କଟକ,ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ରହିଛନ୍ତି । ସେହିପରି ଯାଜପୁର, ଭଦ୍ରକ, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । ସେହିପରି ଦେଶରେ ୨୭ ହଜାର ତଳେ ଦୈନିକ ସଂକ୍ରମଣ ରହିଛି । ୨୪ ଘଣ୍ଟା ରେ ୨୭ ହଜାର ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୪୭ ଜଣଙ୍କ ଜୀବନ ଯାଇଛି।ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୬ ଲକ୍ଷ ୯୨ହଜାର ୯୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୪.୨୩,୧୨। ସୁସ୍ଥ ହେଲେଣି ୪ କୋଟି ୧୭ ଲକ୍ଷ ୬୦ ହଜାର ୪୫୮ କରୋନା ଆକ୍ରାନ୍ତ ।

ସଂକ୍ରମଣ କମୁଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କଟକଣାକୁ ହଟାଇଦିଆଯାଇଛି ।ଆଜିଠୁ ସ୍କୁଲ ,କଲେଜ ପୂର୍ବ ପରି ଚାଲିବ। ସିନେମା ହଲ, ବିବାହ ଉତ୍ସବ, ସାଧାରଣ ସଭାରେ କୌଣସି କଟକଣା ରହିବ ନାହିଁ । କେବେଳ ୩ଟି ନିୟମ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା,ହାତ ସାନିଟାଇଜ କରିବା ଓ ଟିକା ନେବାକୁ ପଡିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.