ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ବିଦା ହେଲେ ଆଉ ୫ ସରକାରୀ ଅଧିକାରୀ

0

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ଗତ କିଛି ଦିନ ତଳେ ରାଜ୍ୟ ସରକାର ପାଞ୍ଚ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ ଆଜି ଆଉ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀଙ୍କ ମଧ୍ୟରେ ଡିଏସପି, ଓଏଏସ୍‌ ଅଫିସର,ପୋଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର ଅଛନ୍ତି । ଏହାକୁ ମିଶାଇ ୧୫୧ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାଣି ।

ଅବସର ଦିଆଯାଇଥିବା ୫ ସରକାରୀ ଅଧିକାରୀ ହେଲେ, କଳହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ ଡିଏସପି ଭାବେ ନିଯୁକ୍ତ ଓଡିଶା ପୁଲିସ ସେବା ଅଧିକାରୀ ରବିନ୍ଦ୍ର କୁମାର ସେଠୀ । ତାଙ୍କ ବିରୋଧରେ ଜଣେ ଅଭିଯୋଗକାରୀଙ୍କଠୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି । ଲାଞ୍ଚ ନେଇ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡିଥିଲେ ଏବଂ ଜେଲ ଯାଇଥିଲେ । ସେହିପରି ସୁନ୍ଦରଗଡ ବଣାଇର ପୂର୍ବତନ ତହସିଲଦାର ଓଏଏସ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି । ଢେଙ୍କାନାଳ ସଦର ବ୍ଲକରେ ବିଡିଓ ଥିବା ବେଳେ ସେ ମନେରଗା ପାଣ୍ଠି ଆତ୍ମସାତ କରିଥିଲେ । ବଲାଙ୍ଗୀର ବଙ୍ଗୋମୁଣ୍ଡାର ପୁଲିସ ଇନ୍ସପେକ୍ଟର ବିନୋଦ ବିହାରୀ ନାୟକଙ୍କ ବିରୋଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ସେ ବଙ୍ଗୋମୁଣ୍ଡାରୁ କୁଚିଣ୍ଡାକୁ ଏକ କାରରେ ଯାଉଥିବା ବେଳେ ବରଗଡ଼ ଟୋଲଗେଟ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ ହାତରେ ଧରାପଡିଥିଲେ । ତାଙ୍କଠୁ ୨ ଲକ୍ଷ ୬ ହଜାର ୨୨୦ଟଙ୍କା ଜବତ କରାଯାଇଥିଲା ।

ସେହିପରି ଭଦ୍ରକ ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ୱରେ ଅବହେଳା,ଆର୍ଥିକ ଅନିୟମିତତା, ବିଭିନ୍ନ କାରଣରୁ ଅବସର ଦିଆଯାଇଛି । ମୟୂରଭଞ୍ଜ କରଞ୍ଜିଆ ଏନଏସିର ପୂର୍ବତନ ଏକଜିକ୍ୟୁଟିଭ ଅଫିସର ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ୱରେ ଅବହେଳା, ମହିଳାଙ୍କ ସହିତ ଅବୈଧ ସମ୍ପର୍କ,ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଓ ଓଡିଶା ସରକାରୀ ସେବା ଆଚରଣ ବିଧି ୧୯୫୫ର ଉଂଲଘନ କାରଣରୁ ଅବସର ଦିଆଯାଇଛି।

Leave A Reply

Your email address will not be published.