ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସଂକ୍ରମଣ କମୁଛି..କଟକଣା ହଟୁଛି

0

ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି କରୋନା ସଂକ୍ରମଣ କମିବା ସହ ଦେଶର ସବୁ ରାଜ୍ୟରେ କଟକଣା ମଧ୍ୟ କୋହଳ ହେଉଛି । ଓଡିଶାରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବା ପରେ ପୂର୍ବ ସ୍ଥିତି ଧୀରେ ଧୀରେ ଫେରୁଛି । ରାଜ୍ୟରେ ଆଜି ବି ହଜାରେ ତଳେ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରୁ ୯୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୪୨ ଜଣ ଥିବା ବେଳେ ୩୮୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷରୁ କମ ୨୦୩ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ଶହେ ତଳେ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଅନୁଗୁଳରୁ ୪୪, ବାଲେଶ୍ୱରରୁ ୨୨, ବରଗଡ଼ରୁ ୧୩, ଭଦ୍ରକରୁ ୧୬,ଜଗତସିଂହପୁରରୁ ୫୦, ପୁରୀରୁ ୧୩, ସମ୍ବଲପୁରରୁ ୨୯ ମାମଲା ଆସିଛି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯, ୦୪୬ରେ ପହଞ୍ଚିଛି। ସେହିପରି ଆଉ ୨୨ ଜଣ କରୋନାରେ ଆଖିବୁଜିଛନ୍ତି । କରୋନା ଜନିତ ମୃତ୍ୟୁସଂଖ୍ୟା ୮,୯୨୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ୬ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୫ ଜଣ ଅଛନ୍ତି । କଟକ,ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ରହିଛନ୍ତି । ସେହିପରି ଯାଜପୁର, ଭଦ୍ରକ, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । ସେହିପରି ଦେଶରେ ୨୭ ହଜାର ତଳେ ଦୈନିକ ସଂକ୍ରମଣ ରହିଛି । ୨୪ ଘଣ୍ଟା ରେ ୨୭ ହଜାର ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୪୭ ଜଣଙ୍କ ଜୀବନ ଯାଇଛି।ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୬ ଲକ୍ଷ ୯୨ହଜାର ୯୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୪.୨୩,୧୨। ସୁସ୍ଥ ହେଲେଣି ୪ କୋଟି ୧୭ ଲକ୍ଷ ୬୦ ହଜାର ୪୫୮ କରୋନା ଆକ୍ରାନ୍ତ ।

ସଂକ୍ରମଣ କମୁଥିବା ବେଳେ ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କଟକଣାକୁ ହଟାଇଦିଆଯାଇଛି ।ଆଜିଠୁ ସ୍କୁଲ ,କଲେଜ ପୂର୍ବ ପରି ଚାଲିବ। ସିନେମା ହଲ, ବିବାହ ଉତ୍ସବ, ସାଧାରଣ ସଭାରେ କୌଣସି କଟକଣା ରହିବ ନାହିଁ । କେବେଳ ୩ଟି ନିୟମ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା,ହାତ ସାନିଟାଇଜ କରିବା ଓ ଟିକା ନେବାକୁ ପଡିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.