ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭାରତ ଆସିବ କୋର୍ବେଭାକ୍ସ

0

ଖୁବ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରାଯାଇପାରେ ଟିକାକରଣ । ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକସିନ । କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିଶ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରେ ।

ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର ଦେଇଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର କୋର୍ବେଭାକ୍ସର ୩ କୋଟି ଡୋଜ ଗ୍ରହଣ କରିବେ । ଡିସିଜିଆଇ କୋର୍ବେଭାକ୍ସ ଟିକା ୧୨ରୁ୧୮ ବର୍ଷ ପିଲାଙ୍କୁ ଦେବାକୁ ସୁପାରିଶ କରିଛି । ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ପ୍ରଥମ ଟିକା ଦେବାର ୨୮ ଦିନର ବ୍ୟବଧାନରେ ଦ୍ୱିତୀୟ ଟିକା ଦିଆଯିବ । ସରକାରୀ ସୂତ୍ର ଅନୁଯାୟୀ, କୋର୍ବେଭାକ୍ସ ମୂଲ୍ୟ ପ୍ରାୟ ୧୪୫ ଟଙ୍କା ରହିଛି ।

ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାର ଟିକା ପାଇଁ ଅର୍ଡର କରିଥିଲେ ।ଏହି ଟିକା ଫେବୃଆରୀ ସୁଦ୍ଧା ଆସିବ ବୋଲି ସୂଚନା ରହିଛି । ଗତ ବର୍ଷ ଡିସେମ୍ବରରେ ଡିସିଜିଆଇ କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । ଏହା ପୂର୍ବରୁ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କୋଭାକ୍ସିନକୁ ଜରୁରୀକାଳୀନ ମଞ୍ଜୁରୀ ମିଳିସାରିଛି । ଏବେ ୧୫ ବୟସରୁ ଅଧିକପିଲାଙ୍କୁ ଟିକା ଦିଆଯାଉଛି ।

Leave A Reply

Your email address will not be published.