ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଭାରତ ଆସିବ କୋର୍ବେଭାକ୍ସ

0

ଖୁବ ଶୀଘ୍ର ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରାଯାଇପାରେ ଟିକାକରଣ । ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଭ୍ୟାକସିନ । କୋର୍ବେଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିଶ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରେ ।

ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର ଦେଇଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର କୋର୍ବେଭାକ୍ସର ୩ କୋଟି ଡୋଜ ଗ୍ରହଣ କରିବେ । ଡିସିଜିଆଇ କୋର୍ବେଭାକ୍ସ ଟିକା ୧୨ରୁ୧୮ ବର୍ଷ ପିଲାଙ୍କୁ ଦେବାକୁ ସୁପାରିଶ କରିଛି । ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ପ୍ରଥମ ଟିକା ଦେବାର ୨୮ ଦିନର ବ୍ୟବଧାନରେ ଦ୍ୱିତୀୟ ଟିକା ଦିଆଯିବ । ସରକାରୀ ସୂତ୍ର ଅନୁଯାୟୀ, କୋର୍ବେଭାକ୍ସ ମୂଲ୍ୟ ପ୍ରାୟ ୧୪୫ ଟଙ୍କା ରହିଛି ।

ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାର ଟିକା ପାଇଁ ଅର୍ଡର କରିଥିଲେ ।ଏହି ଟିକା ଫେବୃଆରୀ ସୁଦ୍ଧା ଆସିବ ବୋଲି ସୂଚନା ରହିଛି । ଗତ ବର୍ଷ ଡିସେମ୍ବରରେ ଡିସିଜିଆଇ କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । ଏହା ପୂର୍ବରୁ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କୋଭାକ୍ସିନକୁ ଜରୁରୀକାଳୀନ ମଞ୍ଜୁରୀ ମିଳିସାରିଛି । ଏବେ ୧୫ ବୟସରୁ ଅଧିକପିଲାଙ୍କୁ ଟିକା ଦିଆଯାଉଛି ।

Leave A Reply

Your email address will not be published.