ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ଆସିଛି ଦୁଃଖଦ ଖବର । ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ଫଳରେ ମତଦାନ ବନ୍ଦ ରହିଛି । କଟକ ସଦର ବ୍ଲକର ଯଶପଡା ପଞ୍ଚାୟତରେ ଏଭଳି ଦୁଃଖଦ ଘଟଣା ଘଟିଛି । କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ ନମିତା ବେହେରା । ହେଲେ ହଠାତ ନିର୍ବାଚନ ପୂର୍ବରୁ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ମତଦାନ ଏବେ ପାଇଁ ବନ୍ଦ ରହିଥିବା କଟକ ବିଡିଓ ସୂଚନା ଦେଇଛନ୍ତି ।
ସେହିପରି ବରଗଡରେ ମଧ୍ୟ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ବରଗଡ ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବାଲ୍ମିକୀ ପ୍ରଧାନ ଆଖିବୁଜିଛନ୍ତି । ତାଙ୍କର ହୃଦଘାତରେ ପରଲୋକ ହୋଇଛି । ସେଠାରେ ଆସନ୍ତା ୨୪ରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ବନ୍ଦ ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ