ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

0

ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଖବର । କେଉଁଠି ଗୁଳିମାଡ଼ ହୋଇଛି ତ କେଉଁଠି ବୋମାମାଡ଼ । ଆଉ କେଉଁଠି ମତଦାନ କେନ୍ଦ୍ରରେ ବଳପୂର୍ବକ ଭୋଟିଂକୁ ନେଇ ଉତେଜନା ଦେଖାଦେଇଛି । ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ବିଜେଡି ନେତା ଓ ଆତ୍ମା ବ୍ଲକ ସଭାପତି ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଦିଲ୍ଲୀପଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଦିଲ୍ଲୀପ ଗତକାଲି ନିଜ ପଞ୍ଚାୟତରେ ଏକ ୱାର୍ଡରେ କୌଣସି କାର୍ଯ୍ୟରେ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ସେହିପରି ସମ୍ବଲପୁର ଠେଲକୁଲି ଥାନା ଅନ୍ତର୍ଗତ ଘିଚା ମୁରା ଗ୍ରାମପଞ୍ଚାୟତରେ ରାଜନୈତିକ ହିଂସା ଦେଖାଦେଇଛି । ସରପ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁ ସ୍ଥିତ ଘର ଉପରକୁ କେହି ଦୁର୍ବୃତ୍ତ ଗୁଳି ଚଳାଇଛି । ଲଳିତ ଘର କବାଟରେ ୨ଟି ଗୁଳି ଚିହ୍ନ ଥିବା ବେଳେ କେହି ଆହତ ହୋଇନଥିବା ଜଣାପଡିଛି । କେନ୍ଦୁଝର ଘଷିପୁରା ବ୍ଲକର ଏକ ବୁଥ ବାହାରେ ମଧ୍ୟ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ମତଦାନ ବେଳେ ବୁଥ ବାହାରେ ବିଜେଡିର ୨ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.