ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

0

ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଖବର । କେଉଁଠି ଗୁଳିମାଡ଼ ହୋଇଛି ତ କେଉଁଠି ବୋମାମାଡ଼ । ଆଉ କେଉଁଠି ମତଦାନ କେନ୍ଦ୍ରରେ ବଳପୂର୍ବକ ଭୋଟିଂକୁ ନେଇ ଉତେଜନା ଦେଖାଦେଇଛି । ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ବିଜେଡି ନେତା ଓ ଆତ୍ମା ବ୍ଲକ ସଭାପତି ଦିଲ୍ଲୀପ ଦାଶଙ୍କ ଘର ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଦିଲ୍ଲୀପଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଦିଲ୍ଲୀପ ଗତକାଲି ନିଜ ପଞ୍ଚାୟତରେ ଏକ ୱାର୍ଡରେ କୌଣସି କାର୍ଯ୍ୟରେ ଥିବା ବେଳେ ଏଭଳି ଘଟଣା ଘଟିଥିଲା । ସେହିପରି ସମ୍ବଲପୁର ଠେଲକୁଲି ଥାନା ଅନ୍ତର୍ଗତ ଘିଚା ମୁରା ଗ୍ରାମପଞ୍ଚାୟତରେ ରାଜନୈତିକ ହିଂସା ଦେଖାଦେଇଛି । ସରପ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁ ସ୍ଥିତ ଘର ଉପରକୁ କେହି ଦୁର୍ବୃତ୍ତ ଗୁଳି ଚଳାଇଛି । ଲଳିତ ଘର କବାଟରେ ୨ଟି ଗୁଳି ଚିହ୍ନ ଥିବା ବେଳେ କେହି ଆହତ ହୋଇନଥିବା ଜଣାପଡିଛି । କେନ୍ଦୁଝର ଘଷିପୁରା ବ୍ଲକର ଏକ ବୁଥ ବାହାରେ ମଧ୍ୟ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ମତଦାନ ବେଳେ ବୁଥ ବାହାରେ ବିଜେଡିର ୨ ଗୋଷ୍ଠି ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.