ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ

0

ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯେଉଁ ସମୟରେ ଦୁର୍ଘଟଣା ହେଲା ସେତେବେଳେ ତାଙ୍କ ସହ ଜଣେ ମହିଳା ବନ୍ଧୁ ମଧ୍ୟ କାରରେ ଥିଲେ । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ସୂଚନା ଅନୁସାରେ ଦୁର୍ଘଟଣା ରାତି ପାଖାପାଖି ସାଢେ ୯ଟା ବେଳେ ହୋଇଥିଲା । କାରରେ ତାଙ୍କ ସହ ଏଆରଆଇ ସାଙ୍ଗ ରୀନା ରାୟ ଥିଲେ । ଦୀପ ସିଦ୍ଧୁ କାର ନିଜେ ଚଲାଉଥିଲେ । ଏବଂ କେଏମପି ଏକ୍ସପ୍ରେସ ଦେଇ ଦିଲ୍ଲୀରୁ ବାଥିନଜା ଯାଉଥିଲେ । ତାଙ୍କ କାର ଖାରଖୋଡା ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିବା ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୀପ ସିଦ୍ଧୁଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଲିସ, କହିବା ଅନୁସାରେ ମହିଳା ବନ୍ଧୁଙ୍କୁ ପଚାଉଚରା କରିବା ପରେ ଜଣାପଡିଛି ଯେ, ଯେତେବେଳେ ଦୁର୍ଘଟଣା ହେଲା , ସେତେବେଳେ ତାଙ୍କ ଆଖି ଲାଗିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଗାଡି ୨୦ରୁ ୩୦ ମିଟର ଯାଏଁ ଘୋଷାଡି ହୋଇ ଚାଲିଯାଇଥିଲା । ପୁଲିସ ଅନୁସାରେ, ଏକ ୨୨ ଟାୟାର ଟ୍ରକ ରାସ୍ତାରେ ଯାଉଥିଲା । ଆଉ ଦ୍ରୁତ ଗତିରେ ଆସୁଥିବା ଦୀପ ସିଦ୍ଧୁଙ୍କ କାର ଯାଇ ଟ୍ରକ ଭିତରେ ପଶିଯାଇଥିଲା । ପୁଲିସ ଦୁର୍ଘଟଣାରେ ପରେ ଟ୍ରାକ ଡ୍ରାଇଭରକୁ ଖୋଜୁଛି , ମହିଳା ବନ୍ଧୁଙ୍କୁ ମଧ୍ୟ ଏନେଇ ପଚରାଉଚରା କରୁଛି ପୁଲିସ ।

କୃଷକ ଆନ୍ଦୋଳନ ସମୟରେ ବେଶ ଚର୍ଚ୍ଚାରେ ଥିଲେ ଦୀପ ସିଦ୍ଧୁ । ଏହା ଛଡା ଲାଲକିଲ୍ଲାରେ ହୋଇଥିବା ହିଂସାରେ ଅଭିଯୁକ୍ତ ଥିଲେ । ଏହି ମାମଲାରେ ତାଙ୍କୁ ଗିରଫ ବି କରାଯାଇଥିଲା । କିଛି ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ।

Leave A Reply

Your email address will not be published.