ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଦୁର୍ଘଟଣାରେ ମୃତ୍ୟୁ

0

ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯେଉଁ ସମୟରେ ଦୁର୍ଘଟଣା ହେଲା ସେତେବେଳେ ତାଙ୍କ ସହ ଜଣେ ମହିଳା ବନ୍ଧୁ ମଧ୍ୟ କାରରେ ଥିଲେ । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ସୂଚନା ଅନୁସାରେ ଦୁର୍ଘଟଣା ରାତି ପାଖାପାଖି ସାଢେ ୯ଟା ବେଳେ ହୋଇଥିଲା । କାରରେ ତାଙ୍କ ସହ ଏଆରଆଇ ସାଙ୍ଗ ରୀନା ରାୟ ଥିଲେ । ଦୀପ ସିଦ୍ଧୁ କାର ନିଜେ ଚଲାଉଥିଲେ । ଏବଂ କେଏମପି ଏକ୍ସପ୍ରେସ ଦେଇ ଦିଲ୍ଲୀରୁ ବାଥିନଜା ଯାଉଥିଲେ । ତାଙ୍କ କାର ଖାରଖୋଡା ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିବା ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୀପ ସିଦ୍ଧୁଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁଲିସ, କହିବା ଅନୁସାରେ ମହିଳା ବନ୍ଧୁଙ୍କୁ ପଚାଉଚରା କରିବା ପରେ ଜଣାପଡିଛି ଯେ, ଯେତେବେଳେ ଦୁର୍ଘଟଣା ହେଲା , ସେତେବେଳେ ତାଙ୍କ ଆଖି ଲାଗିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଗାଡି ୨୦ରୁ ୩୦ ମିଟର ଯାଏଁ ଘୋଷାଡି ହୋଇ ଚାଲିଯାଇଥିଲା । ପୁଲିସ ଅନୁସାରେ, ଏକ ୨୨ ଟାୟାର ଟ୍ରକ ରାସ୍ତାରେ ଯାଉଥିଲା । ଆଉ ଦ୍ରୁତ ଗତିରେ ଆସୁଥିବା ଦୀପ ସିଦ୍ଧୁଙ୍କ କାର ଯାଇ ଟ୍ରକ ଭିତରେ ପଶିଯାଇଥିଲା । ପୁଲିସ ଦୁର୍ଘଟଣାରେ ପରେ ଟ୍ରାକ ଡ୍ରାଇଭରକୁ ଖୋଜୁଛି , ମହିଳା ବନ୍ଧୁଙ୍କୁ ମଧ୍ୟ ଏନେଇ ପଚରାଉଚରା କରୁଛି ପୁଲିସ ।

କୃଷକ ଆନ୍ଦୋଳନ ସମୟରେ ବେଶ ଚର୍ଚ୍ଚାରେ ଥିଲେ ଦୀପ ସିଦ୍ଧୁ । ଏହା ଛଡା ଲାଲକିଲ୍ଲାରେ ହୋଇଥିବା ହିଂସାରେ ଅଭିଯୁକ୍ତ ଥିଲେ । ଏହି ମାମଲାରେ ତାଙ୍କୁ ଗିରଫ ବି କରାଯାଇଥିଲା । କିଛି ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ।

Leave A Reply

Your email address will not be published.