ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମୋତେ ରିମୋର୍ଟରେ କରାଯାଉଥିଲା କଣ୍ଟ୍ରୋଲ

0

ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ଘରେ ଜଣେ ବ୍ୟକ୍ତି ଜବରଦସ୍ତ ପ୍ରବେଶ ପାଇଁ ଉଦ୍ୟମ କରିଛି । ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକ କାର ନେଇ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଠିକ ସମୟରେ ତାକୁ ଅଟକାଇ ହେପାଜତକୁ ନେଇଯାଇଛନ୍ତି । ଏବେ ଦିଳ୍ଲୀ ପୁଲିସର ଏକ ସ୍ପେଶାଲ ଟିମ ବ୍ୟକ୍ତି ଜଣକୁ ପଚରାଉଚରା ଜାରି ରଖିଛି ।

ପୁଲିସ ଅନୁସାରେ, ଅଟକ ରଖାଯାଇଥିବା ବ୍ୟକ୍ତି ଜଣକଠୁ ଆଶ୍ଚର୍ଯ୍ୟଜନକ କଥା ଶୁଣିବାକୁ ମିଳିଛି । ବ୍ୟକ୍ତି ଜଣକ କହିଛନ୍ତି ତାଙ୍କ ଦେହରେ କିଏ ଚିପ୍ ଲଗେଇ ଦେଇଛି ।ଏବଂ ରିମୋଟ୍ ଦ୍ୱାରା ତାଙ୍କୁ କଣ୍ଟ୍ରୋଲ କରାଯାଉଛି । କିନ୍ତୁ ଯାଞ୍ଚ ପରେ କୌଣସି ଚିପ୍ ମିଳିନାହିଁ । ଏହି ବ୍ୟକ୍ତି ଜଣକ କର୍ଣ୍ଣାଟକ ବେଙ୍ଗାଲୁରୁର ବାସିନ୍ଦା । ଲୋଧୀ କଲୋନୀ ସ୍ଥିତ ସ୍ପେଶାଲ ସେଲରେ ତାକୁ ପଚରାଉଚରା କରାଯାଉଛି । ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲ ପାକିସ୍ତାନ ଓ ଚୀନର ନଜରରେ ରହିଛନ୍ତି । ଅନେକ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ମଧ୍ୟ ଡୋଭାଲ ଅଛନ୍ତି । ଗତ ବର୍ଷ ଫେବୃଆରୀରେ ଜୈସ ଆତଙ୍କବାଦୀଠୁ ଅଜିତ ଡୋଭାଲଙ୍କ ଅଫିସର ଏକ ରେକି ଭିଡିଓ ମିଳିଥିଲା । ଏହି ଭିଡିଓକୁ ଆତଙ୍କୀ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିକଟକୁ ପଠାଇଥିଲା । ଏହା ପରେ ଡୋଭାଲଙ୍କ ସୁରକ୍ଷା ଆହୁରି ବଢାଇଦିଆଯାଇଥିଲା ।

Leave A Reply

Your email address will not be published.