ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୋତେ ରିମୋର୍ଟରେ କରାଯାଉଥିଲା କଣ୍ଟ୍ରୋଲ

0

ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ଘରେ ଜଣେ ବ୍ୟକ୍ତି ଜବରଦସ୍ତ ପ୍ରବେଶ ପାଇଁ ଉଦ୍ୟମ କରିଛି । ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣକ କାର ନେଇ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଠିକ ସମୟରେ ତାକୁ ଅଟକାଇ ହେପାଜତକୁ ନେଇଯାଇଛନ୍ତି । ଏବେ ଦିଳ୍ଲୀ ପୁଲିସର ଏକ ସ୍ପେଶାଲ ଟିମ ବ୍ୟକ୍ତି ଜଣକୁ ପଚରାଉଚରା ଜାରି ରଖିଛି ।

ପୁଲିସ ଅନୁସାରେ, ଅଟକ ରଖାଯାଇଥିବା ବ୍ୟକ୍ତି ଜଣକଠୁ ଆଶ୍ଚର୍ଯ୍ୟଜନକ କଥା ଶୁଣିବାକୁ ମିଳିଛି । ବ୍ୟକ୍ତି ଜଣକ କହିଛନ୍ତି ତାଙ୍କ ଦେହରେ କିଏ ଚିପ୍ ଲଗେଇ ଦେଇଛି ।ଏବଂ ରିମୋଟ୍ ଦ୍ୱାରା ତାଙ୍କୁ କଣ୍ଟ୍ରୋଲ କରାଯାଉଛି । କିନ୍ତୁ ଯାଞ୍ଚ ପରେ କୌଣସି ଚିପ୍ ମିଳିନାହିଁ । ଏହି ବ୍ୟକ୍ତି ଜଣକ କର୍ଣ୍ଣାଟକ ବେଙ୍ଗାଲୁରୁର ବାସିନ୍ଦା । ଲୋଧୀ କଲୋନୀ ସ୍ଥିତ ସ୍ପେଶାଲ ସେଲରେ ତାକୁ ପଚରାଉଚରା କରାଯାଉଛି । ଭାରତର ଜେମ୍ସ ବଣ୍ଡ କୁହାଯାଉଥିବା ଅଜିତ ଡୋଭାଲ ପାକିସ୍ତାନ ଓ ଚୀନର ନଜରରେ ରହିଛନ୍ତି । ଅନେକ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ମଧ୍ୟ ଡୋଭାଲ ଅଛନ୍ତି । ଗତ ବର୍ଷ ଫେବୃଆରୀରେ ଜୈସ ଆତଙ୍କବାଦୀଠୁ ଅଜିତ ଡୋଭାଲଙ୍କ ଅଫିସର ଏକ ରେକି ଭିଡିଓ ମିଳିଥିଲା । ଏହି ଭିଡିଓକୁ ଆତଙ୍କୀ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ନିକଟକୁ ପଠାଇଥିଲା । ଏହା ପରେ ଡୋଭାଲଙ୍କ ସୁରକ୍ଷା ଆହୁରି ବଢାଇଦିଆଯାଇଥିଲା ।

Leave A Reply

Your email address will not be published.