ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତରୁ ଅଧିକ ମତଦାନ

0

ସରିଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । କାଁ ଭାଁ ଗଣ୍ଡଗୋଳ ଛାଡିଦେଲେ ଶାନ୍ତିଶୃଙ୍ଖଳାର ସହ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ମତାଧିକାରୀ ସାବ୍ୟସ୍ତ କରିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବୁଥ ଆଗରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଲାଗିଥିଲା ।

ଆଜି ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଞ୍ଚାୟତରେ ଭୋଟ ଗ୍ରହଣ ହୋଇଛି । ୨ ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ୨୨ ହଜାର ୩୭୯ ୱାର୍ଡ ସଭ୍ୟ ପାଇଁ ବି ମତଦାନ ହୋଇଛି । ମତଦାନ ଶେଷ ପରେ ବାଲାଟ ବକ୍ସ ଗୁଡିକ ସିଲ କରାଯାଇଛି। ବ୍ଲକ ହେଡକ୍ୱାର୍ଟର ଷ୍ଟ୍ରଙ୍ଗ ରୁମକୁ କଡା ସୁରକ୍ଷାରେ ନିଆଯାଇଛି ବାଲାଟ ବକ୍ସ । ସବୁ ପର୍ଯ୍ୟାୟର ଭୋଟ ସରିଲେ ୨୬ ତାରିଖରୁ ଭୋଟ ଗଣତି ହେବ ।

ତେବେ ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ ଆସନ, ୬ଟି ସରପ , ୩ ସମିତି ସଭ୍ୟ ଓ ୧୩ ୱାର୍ଡ ମେମ୍ବର ନିର୍ବାଚନ ରଦ୍ଦ ହୋଇଛି । ନୂଆପଡା,ଯାଜପୁର,କଟକ,ବାଲେଶ୍ୱରରେ ଗୋଟିଏ ଲେଖାଁଏ ସରପ , ବରଗଡରେ ୨ଟି ସରପ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦୁଝରରେ ମଧ୍ୟ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି।

Leave A Reply

Your email address will not be published.