ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବଢିଲା ଯୁଦ୍ଧ ଆଶଙ୍କା, ୟୁକ୍ରେନରେ କାରରେ ଭୟଙ୍କର ବିସ୍ଫୋରଣ

0

ୠଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗୋଟେ ପଟେ କୌଣସି ଆକ୍ରମଣ ହେବ ନାହିଁ ବୋଲି ଦାବି କରାଯାଉଛି, କିନ୍ତୁ ସ୍ଥିତି ଏହାର ଓଲଟା ଦେଖିବାକୁ ମିଳିଛି । ।ଶୁକ୍ରବାର ପୂର୍ବ ୟୁକ୍ରେନରେ ଏକ ଗାଡିରେ ଜୋରଦାର ବିସ୍ପୋରଣ ହୋଇଛି । ଏହି ଘଟଣା ପୂର୍ବ ୟୁକ୍ରେନର ଡୋନେଷ୍ଟକ ସହରରେ ହେଇଛି,ଯେଉଁଠି ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ କବଜା କରି ରହିଛନ୍ତି । ବିସ୍ଫୋରଣ ହୋଇଥିବା ଗାଡି ଆଞ୍ଚଳିକ ସୁରକ୍ଷା ଅଧିକାରୀ ଡେନିସ ସିନେକୋଭଙ୍କର ବୋଲି କୁହାଯାଉଛି । ଏହା ସହିତ ପୂର୍ବ ୟୁକ୍ରେନରେ ଗ୍ୟାସ ପାଇପଲାଇନରେ ମଧ୍ୟ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି ।

ଏବେ ଋଷର ଆକ୍ରମଣ ନେଇ ଅଧିକ ସୂଚନା ମିଳିପାରିନାହିଁ । କିନ୍ତୁ ଆମେରିକା ବାରମ୍ବାର ଦାବି କରୁଛି ଯେ, ଋଷ ଫ୍ଲସ ଫ୍ଲାଗ ଅଭିଯାନରେ ୟୁକ୍ରେନ ଉପରେ ଆକ୍ରମଣ କରିବ । ଫ୍ଲସ ଫ୍ଲାଗ ଅଭିଯାନର ଅର୍ଥ ହେଉଛି, ଏକ ଦେଶ ନିଜ ଅ ଳ ଉପରେ ଆକ୍ରମଣ କରି ଏଥିପାଇଁ ଅନ୍ୟ ଦେଶକୁ ଦାୟୀ କରେ । ତା ପରେ ସେହି ଆକ୍ରମଣ ଆଧାରରେ ପ୍ରତିଶୋଧ ନିଏ । ଶୁକ୍ରବାର ଘଟିଥିବା କାର ବୋମା ବିସ୍ଫୋରଣ ପାଇଁ ଋଷ ୟୁକ୍ରେନକୁ ଦାୟୀ କରିଛି । ସେହିପରି ଯେଉଁ ଅ ଳରେ ବିଚ୍ଚିନ୍ନତାବାଦୀ କବଜା କରି ରହିଛନ୍ତି,ସେହି ଅ ଳରୁ ଶିଶୁ ଓ ମହିଳା ମାନେ ପଳାୟନ ଆରମ୍ଭ କରିଦେଲେଣି । ତେବେ ୟୁକ୍ରେନ,ଋଷର ସମସ୍ତ ଦାବିକୁ ପ୍ରତ୍ୟାଖାନ କରିବା ସହ ଋଷ ଉପରେ ଅଭିଯୋଗ କରିଛି । ଏବେ ପାଇଁ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ରହିଛି ।

କାରଣ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି ଯେ, ଋଷ କୌଣସି ବି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ବାଇଡେନ କହିଛନ୍ତି ଯେ, ଆମେରିକାକୁ ଏଭଳି ସୂଚନା ମିଳିଛି ଯେ, ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ସ୍ଥିର କରିଦେଇଛନ୍ତି । ସେ ୟୁକ୍ରେନର ରାଜଧାନୀ ଉପରେ ଆକ୍ରମଣ କରିପାରନ୍ତି ।

Leave A Reply

Your email address will not be published.