ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

0

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରୁଥିବା ଭଉଣୀକୁ କମିସନରେଟ ପୁଲିସ ଗିରଫ କରିଛି । ଭିଣୋଇ କୁଆଡେ ଫେରାର ହୋଇଯାଇଛନ୍ତି । ଭାଇ-ଭଉଣୀ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ରଶ୍ମିତାଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି ।ରମେଶ ସ୍ୱାଇଁଙ୍କ ଏକାଧିକ ବିବାହରେ ଭଉଣୀ ଉପସ୍ଥିତ ରହୁଥିଲୋ । ଏବଂ ମିଳୁଥିବା ଯୌତୁକକୁ ଭାଗ ବାଣ୍ଟି ନେଉଥିଲେ । ତେବେ ଠୋସ ପ୍ରମାଣ ମିଳିବା ପରେ ରମେଶଙ୍କ ଭଉଣୀକୁ ଗିରଫ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ରମେଶ ସ୍ୱାଇଁଙ୍କ ପତ୍ନୀଙ୍କ ନାଁରେ ଖୁଣ୍ଟୁଣୀରେ ମଧ୍ୟ ଏକ ଫାର୍ମାହାଉସ ରହିଛି । ସେଠାରେ ମଧ୍ୟ ପୁଲିସ ରେଡ କରିଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଉଥିଲେ । ଏହି ଫାର୍ମହାଉସକୁ ରମେଶ ଅନେକ ମହିଳାଙ୍କ ସହ ଯାଉଥିବା ଜଣାପଡିଛି । ସେହିପରି ରମେଶଙ୍କ ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ଏକ ଘର ରହିଛି । ଏହି ଘର ଭିତରେ ରହିଛି ଅନ୍ଧାରୀ ଗୁପ୍ତ ଭୂତଳ ଘର । ଏହି ଗୁପ୍ତ କୋଠରୀରେ ହିଁ ସେ ନିଜର କ୍ଲିନିକ ଖୋଲିଥିଲେ ।

ସେହିପରି କେନ୍ଦ୍ରାପଡାରେ ରମେଶଙ୍କ ପୈତୃକ ଘରେ ମଧ୍ୟ ପୁଲିସ ପହଞ୍ଚି ପଚରାଉଚରା କରିଛି । ପାଟକୁରାରେ ଥିବା ମଧ୍ୟ ଏକ ଫାର୍ମହାଉସରେ ପୁଲିସ ରେଡ କରିଛି । ରମେଶଙ୍କ ନାଁରେ ଅଭିଯୋଗରେ ତାଲିକା ଲମ୍ବିଚାଲିଥିବା ବେଳେ ଏବଂ ନୂଆ ନୂଆ ଗୁମର ଫିଟୁଥିବାରୁ ଆଉ ଅଧିକ ଦିନ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.