ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମନ୍ତ୍ରୀଙ୍କ ହାତରେ ହାତକଡ଼ି

0

ଶେଷରେ ମନ୍ତ୍ରୀଙ୍କ ହାତରେ ପଡିଛି ହାତକଡ଼ି । ମୋଷ୍ଟ ୱାେଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଓ ଅଣ୍ଡରୱାଲ୍ଡଙ୍କ ସହ ଲିଙ୍କ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡିର ଏକ ଟିମ୍ ନବାବଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ଗିରଫ ପରେ ନବାବ ମଲ୍ଲିକଙ୍କ ଜେଜେ ହସ୍ପିଟାଲରେ ମେଡିକାଲ ଯାଞ୍ଚ କରାଯାଇଥିଲା । ଏହା ପରେ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା ।

ଅଣ୍ଡରୱାଲ୍ଡଙ୍କ ସହ ଜମି କିଣାବିକା ମାମଲାରେ ନବାବଙ୍କ ସମ୍ପୃକ୍ତି ଥିବା ପ୍ରମାଣ ପାଇବା ପରେ ଇଡି ଆଜି ନବାବ ମଲ୍ଲିକଙ୍କୁ ଗିରଫ କରିଛି । ଏହି ଜମି କିଣାବିକାରେ ଅର୍ଥ କାରବାର ମଧ୍ୟ ହୋଇଥିଲା । ଆଜି ସକାଳୁ ଇଡି ନବାବଙ୍କ ଘରକୁ ଯାଇ ସେଠାରେ ପାଖାପାଖି ଘଣ୍ଟାଏ ଧରି ପଚରାଉଚରା କରିଥିଲା । ଏହା ପରେ ଅଫିସକୁ ଆଣି ଜେରା କରାଯାଇଥିଲା । ନବାନଙ୍କୁ ଜେରା ବେଳେ ଇଡି କାର୍ଯ୍ୟାଳୟ ନିକଟସ୍ଥ ଏନସିପି ଅଫିସ ନିକଟରେ ଦଳୀୟ ସମର୍ଥକମାନେ ଏକାଠି ହୋଇ ନବାବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ । କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ତାଙ୍କୁ ଜାଣିଶୁଣି କେନ୍ଦ୍ର ଟାର୍ଗେଟ କରି ଏଭଳି ଫସାଇଥିବା ଅଭିଯୋଗ କରିଥିଲେ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଗତବର୍ଷ ନଭେମ୍ବରରେ ନବାବ ମଲ୍ଲିକ ଅଣ୍ଡରୱାଲ୍ଡ ଡନ ଦ୍ରାଉଦ ଇବ୍ରାହିମଙ୍କଠୁ ଘର କିଣିଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଏହି ପ୍ଲଟଟି ମୁମ୍ବାଇ ବିସ୍ଫୋରଣରେ ସାମିଲ ହୋଇଥିବା ଅଭିଯୁକ୍ତର ବୋଲି ସେ ଦାବି କରିଥିଲେ । ଏହା ପରେ ଇଡି ମୁମ୍ବାଇରେ ଅଣ୍ଡରୱାଲ୍ଡଙ୍କ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢାଉ କରିଥିଲା । ପାଖାପାଖି ୧୦ଟି ସ୍ଥାନରେ ଏକାକାଳୀନ ରେଡ ହୋଇଥିଲା । ନିକଟରେ ମୁମ୍ବାଇ ଡ୍ରଗ୍ସ ଜବତ ମାମଲାରେ ଏନସିବିର ପୂର୍ବତନ ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ନବାବ ମଲ୍ଲିକ ।

Leave A Reply

Your email address will not be published.