ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

0

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ତାଲିକା ଲମ୍ବି ଚାଲିଥିବା ବେଳେ ଏଥିରେ ତାଙ୍କୁ ସହଯୋଗ କରୁଥିବା ଭଉଣୀକୁ କମିସନରେଟ ପୁଲିସ ଗିରଫ କରିଛି । ଭିଣୋଇ କୁଆଡେ ଫେରାର ହୋଇଯାଇଛନ୍ତି । ଭାଇ-ଭଉଣୀ ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ପରେ ରଶ୍ମିତାଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି ।ରମେଶ ସ୍ୱାଇଁଙ୍କ ଏକାଧିକ ବିବାହରେ ଭଉଣୀ ଉପସ୍ଥିତ ରହୁଥିଲୋ । ଏବଂ ମିଳୁଥିବା ଯୌତୁକକୁ ଭାଗ ବାଣ୍ଟି ନେଉଥିଲେ । ତେବେ ଠୋସ ପ୍ରମାଣ ମିଳିବା ପରେ ରମେଶଙ୍କ ଭଉଣୀକୁ ଗିରଫ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ରମେଶ ସ୍ୱାଇଁଙ୍କ ପତ୍ନୀଙ୍କ ନାଁରେ ଖୁଣ୍ଟୁଣୀରେ ମଧ୍ୟ ଏକ ଫାର୍ମାହାଉସ ରହିଛି । ସେଠାରେ ମଧ୍ୟ ପୁଲିସ ରେଡ କରିଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଉଥିଲେ । ଏହି ଫାର୍ମହାଉସକୁ ରମେଶ ଅନେକ ମହିଳାଙ୍କ ସହ ଯାଉଥିବା ଜଣାପଡିଛି । ସେହିପରି ରମେଶଙ୍କ ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ଏକ ଘର ରହିଛି । ଏହି ଘର ଭିତରେ ରହିଛି ଅନ୍ଧାରୀ ଗୁପ୍ତ ଭୂତଳ ଘର । ଏହି ଗୁପ୍ତ କୋଠରୀରେ ହିଁ ସେ ନିଜର କ୍ଲିନିକ ଖୋଲିଥିଲେ ।

ସେହିପରି କେନ୍ଦ୍ରାପଡାରେ ରମେଶଙ୍କ ପୈତୃକ ଘରେ ମଧ୍ୟ ପୁଲିସ ପହଞ୍ଚି ପଚରାଉଚରା କରିଛି । ପାଟକୁରାରେ ଥିବା ମଧ୍ୟ ଏକ ଫାର୍ମହାଉସରେ ପୁଲିସ ରେଡ କରିଛି । ରମେଶଙ୍କ ନାଁରେ ଅଭିଯୋଗରେ ତାଲିକା ଲମ୍ବିଚାଲିଥିବା ବେଳେ ଏବଂ ନୂଆ ନୂଆ ଗୁମର ଫିଟୁଥିବାରୁ ଆଉ ଅଧିକ ଦିନ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ପୁଲିସ କହିଛି ।

Leave A Reply

Your email address will not be published.