ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଋଷ ଉପରେ କଟକଣା ଲଗାଇଲା ଆମେରିକା

0

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଓ ୟୁକ୍ରେନର ଦୁଇ ଅଞ୍ଚଳକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାର ଘୋଷଣା ପରେ ଆମେରିକା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନରେ କହିଛନ୍ତି, ନୂଆ ତଥାକଥିତ ଦେଶ ଘୋଷଣା କରିବାର ଅଧିକାର କିଏ ଦେଇଥାଏ? ସେ କହିଛନ୍ତି ୟୁକ୍ରେନ ଉପରେ ଏହା ହେଉଛି ଋଷ ଆକ୍ରମଣର ଆରମ୍ଭ । ସେ କହିଛନ୍ତି, ମୁଁ ଭାବୁଛି , ଭ୍ଲାଦିମିର ପୁଟିନ ବଳ ଦ୍ୱାରା ଅଧିକ ଅଞ୍ଚଳ ନେବାକୁ ଯୁକ୍ତି ସ୍ଥାପନ କରୁଛନ୍ତି । ୟକ୍ରେନର ଦୁଇ ଅଞ୍ଚଳକୁ ପୁଟିନ ସ୍ୱାଧୀନ ଘୋଷଣା କରିବା ଆନ୍ତର୍ଜାତୀୟ ଆଇନର ଉଂଲଘନ । ଆମେ ଋଷକୁ ଶଦ୍ଦ ଦ୍ୱାରା ନୁହେଁ ବଂର କାର୍ଯ୍ୟକଳାପ ଦ୍ୱାରା ବିଚାର କରିବୁ ।

ବାଇଡେନ କହିଛନ୍ତି, ପୁଟିନ ଜାଣିଶୁଣି ୟୁକ୍ରେନ ଉପରେ ହମଲା କରୁଛନ୍ତି । ଏଥିପାଇଁ ସେ ଋଷ ଉପରେ ବଡ଼ ଧରଣର ଆର୍ଥିକ କଟକଣା ଲାଗୁ କରିଛନ୍ତି । ପୁଟିନ ୟୁକ୍ରେନର ଦୁଇ ଅଞ୍ଚଳକୁ ସେନା ପଠାଇ ଏହାକୁ ଅକ୍ତିଆର କରିନେଇଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ଋଷ ଉପରେ ଆର୍ଥିକ କଟକଣା ଲାଗୁ କରାଯାଉଛି । ପଶ୍ଚିମ ଦେଶଗୁଡିକ ପକ୍ଷରୁ ଋଷକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିଦିଆଯିବ । ଆମେରିକା ସମେତ ପଶ୍ଚିମ ଦେଶ ଗୁଡିକ ଋଷ ସହ କୌଣସି ବ୍ୟବସାୟ କରିବ ନାହିଁ ।ଋଷର ବ୍ୟାଙ୍କ ଓ ସେଠାକାର ଧନୀ ଲୋକଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯିବ । ଆଗକୁ ଯଦି ଋଷ ଉତ୍ତେଜନା ହ୍ରାସ ନକରିବ, ଆଗକୁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି । ବାଇଡେନ କହିଛନ୍ତି , ଋଷର ଦୁଇଟି ବଡ଼ ବଡ଼ ଆର୍ଥିକ ପ୍ରତିଷ୍ଠାନ, ଆର୍ଥିକ ସହାୟତା କମ୍ପାନୀ ଭିଇବି ଓ ଏହାର ସାମରିକ ବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିଛୁ । ସେହିପରି ଜର୍ମାନୀ ମଧ୍ୟ ଋଷ ସହ ମିଶି କରୁଥିବା ତୈଳ ପାଇପ ଲାଇନ କାମ ନୋର୍ଡ ଷ୍ଟ୍ରିମ-୨ ପ୍ରକଳ୍ପ ଉପରେ ରୋକ ଲଗାଇଛନ୍ତି । ଏହିପାଇପ ଲାଇନ ଦ୍ୱାରା ୟୂରୋପୀୟ ଦେଶ ଗୁଡିକୁ ଋଷ ତୈଳ ଓ ଗ୍ୟାସ ଯୋଗାଣ କାରିଥାନ୍ତି ।

Leave A Reply

Your email address will not be published.