ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଋଷ ଉପରେ କଟକଣା ଲଗାଇଲା ଆମେରିକା

0

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଓ ୟୁକ୍ରେନର ଦୁଇ ଅଞ୍ଚଳକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାର ଘୋଷଣା ପରେ ଆମେରିକା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନରେ କହିଛନ୍ତି, ନୂଆ ତଥାକଥିତ ଦେଶ ଘୋଷଣା କରିବାର ଅଧିକାର କିଏ ଦେଇଥାଏ? ସେ କହିଛନ୍ତି ୟୁକ୍ରେନ ଉପରେ ଏହା ହେଉଛି ଋଷ ଆକ୍ରମଣର ଆରମ୍ଭ । ସେ କହିଛନ୍ତି, ମୁଁ ଭାବୁଛି , ଭ୍ଲାଦିମିର ପୁଟିନ ବଳ ଦ୍ୱାରା ଅଧିକ ଅଞ୍ଚଳ ନେବାକୁ ଯୁକ୍ତି ସ୍ଥାପନ କରୁଛନ୍ତି । ୟକ୍ରେନର ଦୁଇ ଅଞ୍ଚଳକୁ ପୁଟିନ ସ୍ୱାଧୀନ ଘୋଷଣା କରିବା ଆନ୍ତର୍ଜାତୀୟ ଆଇନର ଉଂଲଘନ । ଆମେ ଋଷକୁ ଶଦ୍ଦ ଦ୍ୱାରା ନୁହେଁ ବଂର କାର୍ଯ୍ୟକଳାପ ଦ୍ୱାରା ବିଚାର କରିବୁ ।

ବାଇଡେନ କହିଛନ୍ତି, ପୁଟିନ ଜାଣିଶୁଣି ୟୁକ୍ରେନ ଉପରେ ହମଲା କରୁଛନ୍ତି । ଏଥିପାଇଁ ସେ ଋଷ ଉପରେ ବଡ଼ ଧରଣର ଆର୍ଥିକ କଟକଣା ଲାଗୁ କରିଛନ୍ତି । ପୁଟିନ ୟୁକ୍ରେନର ଦୁଇ ଅଞ୍ଚଳକୁ ସେନା ପଠାଇ ଏହାକୁ ଅକ୍ତିଆର କରିନେଇଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏଥିପାଇଁ ଋଷ ଉପରେ ଆର୍ଥିକ କଟକଣା ଲାଗୁ କରାଯାଉଛି । ପଶ୍ଚିମ ଦେଶଗୁଡିକ ପକ୍ଷରୁ ଋଷକୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ କରିଦିଆଯିବ । ଆମେରିକା ସମେତ ପଶ୍ଚିମ ଦେଶ ଗୁଡିକ ଋଷ ସହ କୌଣସି ବ୍ୟବସାୟ କରିବ ନାହିଁ ।ଋଷର ବ୍ୟାଙ୍କ ଓ ସେଠାକାର ଧନୀ ଲୋକଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯିବ । ଆଗକୁ ଯଦି ଋଷ ଉତ୍ତେଜନା ହ୍ରାସ ନକରିବ, ଆଗକୁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି । ବାଇଡେନ କହିଛନ୍ତି , ଋଷର ଦୁଇଟି ବଡ଼ ବଡ଼ ଆର୍ଥିକ ପ୍ରତିଷ୍ଠାନ, ଆର୍ଥିକ ସହାୟତା କମ୍ପାନୀ ଭିଇବି ଓ ଏହାର ସାମରିକ ବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିଛୁ । ସେହିପରି ଜର୍ମାନୀ ମଧ୍ୟ ଋଷ ସହ ମିଶି କରୁଥିବା ତୈଳ ପାଇପ ଲାଇନ କାମ ନୋର୍ଡ ଷ୍ଟ୍ରିମ-୨ ପ୍ରକଳ୍ପ ଉପରେ ରୋକ ଲଗାଇଛନ୍ତି । ଏହିପାଇପ ଲାଇନ ଦ୍ୱାରା ୟୂରୋପୀୟ ଦେଶ ଗୁଡିକୁ ଋଷ ତୈଳ ଓ ଗ୍ୟାସ ଯୋଗାଣ କାରିଥାନ୍ତି ।

Leave A Reply

Your email address will not be published.