ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଆଜି ରାଜ୍ୟର ୪୫ ବୁଥରେ ସାନି ମତଦାନ

0

ଆଜି ରାଜ୍ୟର ୪୫ ବୁଥରେ ଆରମ୍ଭ ହୋଇଛି ସାନି ମତଦାନ ।ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ବେଳେ ହିଂସା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଭୋଟ ଗ୍ରହଣ ଆଉ ଥରେ କରାଯାଉଛି । ଗଣ୍ଡଗୋଳ ଓ ବାଲାଟ ବକ୍ସ ଲୁଟ ପାଇ ବନ୍ଦ ରହିଥିଲା ମତଦାନ । ତେଣୁ ଆଜି ପୁର୍ନବାର ମତଦାନ ହେଉଥିବା ବେଳେ ଯେଭଳି ଗଣ୍ଡଗୋଳ ନହେବ ସେଥିପ୍ରତି ଦୃ୍‌ଷ୍ଟି ଦିଆଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ଏଥିପାଇଁ ଗ୍ରହଣ କରାଯାଇଛି । ସକାଳ ୯ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଯାଜପୁରର ଧର୍ମଶାଳା, ଦଶରଥପୁର,ବଡ଼ଚଣା , ପୁରୀର ବ୍ରହ୍ମଗିରି, କୃଷ୍ଣପ୍ରସାଦ,କଣାସରେ ଆଜି ପୁନଃ ମତଦାନ ହେଉଛି ।

ସେହିପରି ବାଲେଶ୍ୱରର ବସ୍ତା,ଢେଙ୍କାନାଳର ଗନ୍ଦିଆ, ବୌଦ୍ଧର ରୋକ୍ସା ବଲାଙ୍ଗୀରର ଲୋଇସିଂହା ବ୍ଲକ, ଜଗତସିଂହପୁରର ଜଗତପୁର ବ୍ଲକ, କେନ୍ଦୁଝରର ତେଲକୋଇ,ମୟୂରଭଞ୍ଜର କପ୍ତିପଦା ଓ ସୁଲିଆପଦରେ ସାନି ମତଦାନ ହେଉଛି । ସେହିପରି ତୃତୀୟ ପର୍ଯ୍ୟାୟରେ ହିଂସା ଯୋଗୁଁ ଭୋଟ ଦାନ ହୋଇପାରିନଥିବା ୩୦ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଶାନ୍ତିଶୃଙ୍ଖଳାର ସହ ଯେଭଳି ଶେଷ ପର୍ଯ୍ୟାୟ ମତଦାନ ସରିବ ତା ଉପରେ ନଜର ରଖାଯାଇଛି ।

Leave A Reply

Your email address will not be published.