ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆସିଗଲା ଯୁଦ୍ଧ ସମୟ! ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

0

ଆସିଗଲା ଯୁଦ୍ଧ ସମୟ। ୟୁକ୍ରେନ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ। ପୁଟିନ କହିଛନ୍ତି,ୟୁକ୍ରେନକୁ କବଜା କରିବାର କୌଣସି ଉଦ୍ଦେଶ୍ୟ ନାହିଁ।କିନ୍ତୁ ୟୁକ୍ରେନ ନମାନିଲେ ଯୁଦ୍ଧ ହିଁ ହେବ। ଅନ୍ତର୍ଜାତୀୟ ଗଣମାଧ୍ୟ ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବ ୟୁକ୍ରେନରେ ଋଷର ସେନା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ୍। ଯାହା ହୋଇନାହିଁ ଏବେ ହୋଇକି ରହିବ ବୋଲି କହିଛନ୍ତି ପୁଟିନ। ସେପଟେ ଆକ୍ରମଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମିଳିତ ଜାତିସଂଘ ମୁଖ୍ୟ। ଗୁରୁବାର ସକାଳେ ଡୋନେଟସ୍କରେ ୫ ବିସ୍ଫୋରଣ ଶଦ୍ଦ ଶୁଣାଯିବା ପରେ ଯୁଦ୍ଧ ଆଶଙ୍କା ବଢିଯାଇଛି।

ଡୋନେଟସ୍କ ହେଉଛି ସେହି ଦୁଇଟି ଅଞ୍ଚଳ ମଧ୍ୟରୁ ଗୋଟେ ଯାହାକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାକୁ ଘୋଷଣା କରିଛି। ଏହା ପୂର୍ବରୁ ଡୋନେଟସ୍କରେ ଉପସ୍ଥିତ ବିଚ୍ଚିନ୍ନତାବାଦୀମାନେ ଋଷର ସାହାର୍ଯ୍ୟ ଲୋଡିଥିଲେ। ଏହି ସାହାର୍ଯ୍ୟ ସେତେବେଳେ ମାଗିଥିଲେ,ଯେତେବେଳେ ଆମେରିକା କହିଥିଲା ଋଷ ପକ୍ଷରୁ ପଡୋଶୀଙ୍କ ଉପରେ ହେବାକୁ ଆକ୍ରମଣର ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ। ୟୁକ୍ରେନ ସୀମାରେ ବିଗୁଡିଥିବା ସ୍ଥିତିକୁ ଦେଖି ବହୁ ଏୟାରଲାଇନ୍ସ ସେହି ଅ୍ଞ୍ଚ ଳକୁ ଡୁ ନଟ ପ୍ଲାଏ ଜୋନ ଘୋଷଣା କରିଦେଇଛନ୍ତି। ୟୁରୋପିଅନ କ୍ୟାରିୟର୍ସ ବି ଏହି ତାଲିକାରେ ଅଛି। ଖରକିଭ ସମେତ ୟୁକ୍ରେନର ବହୁ ବିମାନବନ୍ଦର ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି ।

Leave A Reply

Your email address will not be published.