ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ତୃତୀୟ ଦିନର ଗଣତି, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

0

ଶନିବାରଠୁ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଶେଷ ଦିନ । ଉପକୂଳରୁ ପଶ୍ଚିମ , ଦକ୍ଷିଣରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ସବୁଠି ନବୀନଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ବିଜେଡି ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବହୁ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ଆସିବ ଫାଇନାଲ ରିପୋର୍ଟ । କିଏ କେତେ ଆସନ ଦାଖଲ କରିବେ ତାହା ଆଜି ସ୍ପଷ୍ଟ ହେବ । ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି । ବିଜେପି ୧୪ଟି ଓ କଂଗ୍ରେସ ୪ଟି ଆସନରେ ଆଗୁଆ ରହିଛି । ଝାରସଗୁଡାରେ ଦିନ ୧୧ଟା ୫୦ ସୁଦ୍ଧା ୯ରୁ ୯ ବିଜେଡି ଖାତାକୁ ଆସିଛି । ବିଜେପି ଓ କଂଗ୍ରେସ ଖାତା ଖୋଲିପାରିନାହାନ୍ତି ।

ତୃତୀୟ ଦିନର ଗଣତିରେ ବିଜେଡି ବହୁ ଆଗରେ ରହିଛି ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇଛି । କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ-୨୭ରେ ବିଜେପି ପାର୍ଥୀ ଆଗୁଆ ଥିବା ବେଳେ ପଟ୍ଟାମୁଣ୍ଡାଇ-୧୮ରେ ବିଜେଡି ପ୍ରାର୍ଥୀ, ମହାକାଳପଡା-୨୨ରେ ବିଜେଡ଼ି ପ୍ରାର୍ଥୀ, ମହାକାଳପଡାର ୨୩ରେ ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ମଣ୍ଡଳ ଆଗୁଆ ରହିଛନ୍ତି । ସେହିପରି କେନ୍ଦ୍ରାପଡାର ସଦର -୮ରେ ବିଜେଡି ପ୍ରାର୍ଥୀ, ରାଜନଗର-୩୨ରେ ବିଜେଡିର ଖୁକୁମିନା କୁଅଁର ଆଗୁଆ ରହିଛନ୍ତି । ନବରଙ୍ଗପୁର ପାପାଡହାଣ୍ଡି-୨୨ରେ ବିଜେଡି, ଝରିଗାଁ-୧୧ରେ ବିଜେଡି, ରାଇଘର ୨୬ରେ ମଧ୍ୟ ବିଜେଡି ଆଗୁଆ ରହିଛି । କଳାହାଣ୍ଡିର କେସିଙ୍ଗା, କୋକସରା, ଧର୍ମଗଡ, ଗୋଲାମୁଣ୍ଡା, ଭବାନୀପାଟଣା, ନର୍ଲା, ଜୁନାଗଡ଼ରେ ମଧ୍ୟ ବିଜେଡି ଆଗୁଆ ରହିଛି । ସେହିପରି ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ଫଳ ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଯାଏଁ ୬୨୦ ଆସନରୁ ୫୮୫ ଆସନର ଫଳ ଘୋଷଣା କରାଯାଇଛି । ଯେଉଁଥିରେ ବିଜେଡି ୫୮୧ ଜୋନରେ ବିଜୟୀ ହୋଇଛି । ୩୧ଟି ଜୋନରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨୯ଟି ଓ ୭ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.