ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0

ଋଷ –ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ପଞ୍ଜାବର। ପଞ୍ଜାବର ଚନ୍ଦନ ଜିନ୍ଦଲଙ୍କ ବ୍ରେନ ଷ୍ଟ୍ରୋକ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦନଙ୍କ ମୃତ ଶରୀରକୁ ଭାରତକୁ ଫେରାଇ ଆଣିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ତାଙ୍କ ପରିବାର। ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ବୋଲି ଜଣାପଡିଛି। ଗତକାଲି ମଧ୍ୟ ଜଣେ ଭାରତୀୟଙ୍କ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

କର୍ଣ୍ଣାଟକର ୨୧ ବର୍ଷୀୟ ନବୀନ ଶେଖରପ୍ପାଙ୍କ ଋଷ ସେନାର ବୋମାମାଡ଼ରେ ମୃତ୍ୟୁ ହୋଇଥିଲା। ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ନବୀନ ଖାଦ୍ୟ ଆଣିବାକୁ ବାହରକୁ ଯାଇଥିବା ବେଳେ ଧାଡିରେ ଛିଡା ହୋଇଥିଲେ । ସେହି ସମୟରେ ଋଷ ପକ୍ଷରୁ ବୋମାମାଡ଼ କରାଯାଇଥିଲା। ଆଉ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲ। ୟୁକ୍ରେନ ଉପରେ ଋଷ ଲଗାତର ଆକ୍ରମଣ କରୁଥିବା ବେଳେ ଏବେ ବି ଅନେକ ଭାରତୀୟ ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ୪ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉଦ୍ଧାର କାମ ଦାୟିତ୍ୱରେ ଅଛନ୍ତି। ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.