ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଋଷର ଚେତାବନୀ, ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡିବ ପରମାଣୁ ବୋମା

0

ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ଖେରସନକୁ ଋଷ ସେନା ଦଖଲ କରିଥିବା ବେଳେ କିଭ୍‌କୁ କବଜା କରିବା ପାଇଁ ଋଷ ସେନା ଅଗ୍ରସର ହେଉଛନ୍ତି । ଖାରକିଭରେ ମଧ୍ୟ ଘନଘନ ବିସ୍ଫୋରଣ କରୁଛିୁ ଋଷ ସେନା। ଖାରକିଭରେ ସେନା ହସ୍ପିଟାଲ ଓ ସେନା ଏକାଡେମୀ ଉପରେ ଆକ୍ରମଣ କରି ଧଳିସାତ କରିଦେଇଛନ୍ତି ଋଷ ସେନା । ଏସବୁ ଭିତରେ ଋଷ ପୁଣି ଥରେ ଧମକ ଦେଇଛି । ୟୁକ୍ରେନକୁ କୌଣସି ବି ପରିସ୍ଥିତିରେ ପରମାଣୁ ଅସ୍ତ୍ର ଅକ୍ତିଆର କରିବାକୁ ଅନୁମତି ଦେବୁ ନାହିଁ ବୋଲି ଋଷ ଚେତାବନୀ ଦେଇଛି ।

ଋଷ କହିଛନ୍ତି, ଆମେରିକା କଥାରେ ୟୁକ୍ରେନ ପରିଚାଳିତ ନହେଉ । ଆମେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ୟୁକ୍ରେନ ଆଲୋଚନାରେ ଆମେରିକା କଣ୍ଢେଇ ସାଜି ନନାଚୁ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଇଛନ୍ତି ଋଷର ବୈଦେଶିକ ମନ୍ତ୍ରୀ ସେରେଜ ଲାଭରୋଭ । ସେପଟେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଋଷ ସୈନିକ ଆମର ଇତିହାସକୁ ମାଟିରେ ମିଶାଇବାକୁ ପ୍ରୟାସ କରୁଛନ୍ତି । ବିଭି୍‌ନ୍ନ ଧାର୍ମିକ ସ୍ଥଳ ଉପରେ ଋଷ ଆକ୍ରମଣ କରୁଛି । କିନ୍ତୁ ଆମର ଇତିହାସ ବାବଦରେ ଋଷ ବୋଧହୁଏ କିଛି ଜାଣିନାହିଁ ବୋଲି ସେ କହିଛନ୍ତି। ଖାରକିଭରେ ଋଷ ଲଗାତର ଆକ୍ରମଣ କରିଚାଲିଥିବା ବେଳେ ଏବେ ଯାଏଁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ୧୧୨ ଜଣ ଆହତ ହୋଇଥିବା ଜଣାପଡିଛି । ୟୁକ୍ରେନ ମଧ୍ୟ ଋଷର ଏକାଧିକ ଯୁଦ୍ଧାସ୍ତ୍ର ନଷ୍ଟ କରିଦେଇଥିବା ଦାବି କରିଛି । ୬ ଦିନରେ ୬ ହଜାର ଋଷୀୟ ନିହତ ହୋଇଥିବା ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି । ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଥିବା ବେଳେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.