ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

0

ଋଷ –ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ପଞ୍ଜାବର। ପଞ୍ଜାବର ଚନ୍ଦନ ଜିନ୍ଦଲଙ୍କ ବ୍ରେନ ଷ୍ଟ୍ରୋକ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦନଙ୍କ ମୃତ ଶରୀରକୁ ଭାରତକୁ ଫେରାଇ ଆଣିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ତାଙ୍କ ପରିବାର। ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ବୋଲି ଜଣାପଡିଛି। ଗତକାଲି ମଧ୍ୟ ଜଣେ ଭାରତୀୟଙ୍କ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

କର୍ଣ୍ଣାଟକର ୨୧ ବର୍ଷୀୟ ନବୀନ ଶେଖରପ୍ପାଙ୍କ ଋଷ ସେନାର ବୋମାମାଡ଼ରେ ମୃତ୍ୟୁ ହୋଇଥିଲା। ଭାରତୀୟ ଛାତ୍ରଙ୍କ ମୃତ୍ୟୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ନବୀନ ଖାଦ୍ୟ ଆଣିବାକୁ ବାହରକୁ ଯାଇଥିବା ବେଳେ ଧାଡିରେ ଛିଡା ହୋଇଥିଲେ । ସେହି ସମୟରେ ଋଷ ପକ୍ଷରୁ ବୋମାମାଡ଼ କରାଯାଇଥିଲା। ଆଉ ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲ। ୟୁକ୍ରେନ ଉପରେ ଋଷ ଲଗାତର ଆକ୍ରମଣ କରୁଥିବା ବେଳେ ଏବେ ବି ଅନେକ ଭାରତୀୟ ସେଠାରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ୪ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଉଦ୍ଧାର କାମ ଦାୟିତ୍ୱରେ ଅଛନ୍ତି। ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.