ପ୍ରମୁଖ ଖବର

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ

ଖାରକିଭ୍‌ରେ ପଶିଲେ ଋଷ ସେନା, ବୋମାମାଡ଼ରେ ଉଡାଇଲେ ସେନା ହସ୍ପିଟାଲ

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ଦିନ ବଢିବା ସହ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭ ନିକଟରେ ଋଷ ସେନା ପହଞ୍ଚି ସାରିଥିବା ବେଳେ ଖାରକିଭ ନିକଟରେ ମଧ୍ୟ ଋଷ ସେନା ଠୁଳ ହୋଇଛନ୍ତି । ଖେରସନ ସହରକୁ ମଧ୍ୟ ଋଷ ସେନା କବଜା କରିନେଇଛନ୍ତି । ଆକାଶରୁ ହେଉଛି ଘନଘନ ମିସାଇଲ ମାଡ଼ । ସ୍ଥଳଭାଗରେ ମଧ୍ୟ ଟ୍ୟାଙ୍କର ମାଧ୍ୟମରେ ଋଷ ଆକ୍ରମଣ କରୁଛି । ୟୁକ୍ରେନ ରାଷ୍ଟ୍ରପତି ଲୋକଙ୍କୁ ବଙ୍କରକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ।

ଆଜି ସପ୍ତମଦିନରେ ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି । ଖାରକିଭରେ ହସ୍ପିଟାଲ ଉପରକୁ ଟାର୍ଗେଟ କରି ଋଷ ସେନା ଆକ୍ରମଣ କରିଛନ୍ତି । ବୋମାମାଡ଼ରେ ସେନା ହସ୍ପିଟାଲ ମାଟିରେ ମିଶିଯାଇଛି । ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଯୁଦ୍ଧ ଭିତରେ ୭ ଲକ୍ଷ ଲୋକ ୟୁକ୍ରେନ ଛାଡିସାରିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଚାଲିଯିବାକୁ ୟୁକ୍ରେନ ରାଷ୍ଟ୍ରପତି କହିଥିବା ବେଳେ ଯେଉଁମାନେ ସେନା ସହ ମିଶି ଋଷ ବିରୋଧରେ ଲଢେଇ କରିବାକୁ ଚାହୁଁଛନ୍ତି ସେମାନଙ୍କ ହାତରେ ଅସ୍ତ୍ର ଧରାଇଦେଇଛନ୍ତି ୟୁକ୍ରେନ ସରକାର । ଏଯାଏଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କ ପଛଘୁଞ୍ଚା ଦେଇନାହାନ୍ତି । ଋଷ ଭଳି ମହାଶକ୍ତି ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢେଇ କରିବା ଉପରେ ଜୋର ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି ।

Leave A Reply

Your email address will not be published.