ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଉଦ୍ଧାର ମିଶନରେ କେନ୍ଦ୍ର ମନ୍ତ୍ରୀ, ୨୬ ବିମାନରେ ଫେରିବେ ଭାରତୀୟ

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଅନେକ ଭାରତୀୟ ଏବେ ବି ୟୁକ୍ରେନରେ ଫସିରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଉଦ୍ଧାର ମିଶନରେ ୪ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ ସୀମାନ୍ତ ରାଷ୍ଟ୍ରକୁ ଯାଇଛନ୍ତି । ରୋମାନିଆର ବୁଖାରୋଷ୍ଟ ଏୟାରପୋର୍ଟରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପହଞ୍ଚି ଭାରତୀୟଙ୍କ ସହ ଆଲୋଚନା କରିଛନ୍ତି । ରୋମାନିଆରେ ରହୁଥିବା ଭାରତୀୟ ରାଷ୍ଟଦୂତଙ୍କ ସହ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ କଥା ହୋଇଛନ୍ତି।

ୟକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଗଙ୍ଗା । ଏହି ଅପରେସନ ମାଧ୍ୟମରେ ଆଗାମୀ ୩ ଦିନ ମଧ୍ୟରେ ୨୬ଟି ବିମାନରେ ୟୁକ୍ରେନରୁ ଫେରିବେ ଭାରତୀୟ ।ରୋମାନିଆ,ହଙ୍ଗେରୀ ଦେଇ ଭାରତୀୟଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ୟୁକ୍ରେନର ଭାରତୀୟ ଦୂତବାସକୁ ଖାଲି କରାଯାଇଛି । କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଭାରତୀୟଙ୍କୁ ଯେକୌଣସି ଉପାୟରେ ୟୁକ୍ରେନ ସୀମା ପର୍ଯ୍ୟନ୍ତ ଆସିବାକୁ କୁହାଯାଇଛି । ଏବେ ବି ୟୁକ୍ରେନରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ୱାର ଜୋନ୍ ତଥା ଯୁଦ୍ଧ ଅଞ୍ଚଳରେ ଫସି ରହିଥିବା ନେଇ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖାରକିଭ ଓ ସୁମୀରେ ଫସିରହିଛନ୍ତି । ସେପଟେ ୟୁକ୍ରେନରେ ମୃତ ଭାରତୀୟ ଛାତ୍ରଙ୍କ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଗତକାଲି ଖାଦ୍ୟ ଆଣିବାକୁ ଯାଉଥିବା ବେଳେ ଋଷର ରକେଟ ମାଡ଼ରେ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.