ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଖାରକିଭ୍‌ରେ ପଶିଲେ ଋଷ ସେନା, ବୋମାମାଡ଼ରେ ଉଡାଇଲେ ସେନା ହସ୍ପିଟାଲ

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ଦିନ ବଢିବା ସହ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭ ନିକଟରେ ଋଷ ସେନା ପହଞ୍ଚି ସାରିଥିବା ବେଳେ ଖାରକିଭ ନିକଟରେ ମଧ୍ୟ ଋଷ ସେନା ଠୁଳ ହୋଇଛନ୍ତି । ଖେରସନ ସହରକୁ ମଧ୍ୟ ଋଷ ସେନା କବଜା କରିନେଇଛନ୍ତି । ଆକାଶରୁ ହେଉଛି ଘନଘନ ମିସାଇଲ ମାଡ଼ । ସ୍ଥଳଭାଗରେ ମଧ୍ୟ ଟ୍ୟାଙ୍କର ମାଧ୍ୟମରେ ଋଷ ଆକ୍ରମଣ କରୁଛି । ୟୁକ୍ରେନ ରାଷ୍ଟ୍ରପତି ଲୋକଙ୍କୁ ବଙ୍କରକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ।

ଆଜି ସପ୍ତମଦିନରେ ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି । ଖାରକିଭରେ ହସ୍ପିଟାଲ ଉପରକୁ ଟାର୍ଗେଟ କରି ଋଷ ସେନା ଆକ୍ରମଣ କରିଛନ୍ତି । ବୋମାମାଡ଼ରେ ସେନା ହସ୍ପିଟାଲ ମାଟିରେ ମିଶିଯାଇଛି । ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଯୁଦ୍ଧ ଭିତରେ ୭ ଲକ୍ଷ ଲୋକ ୟୁକ୍ରେନ ଛାଡିସାରିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଚାଲିଯିବାକୁ ୟୁକ୍ରେନ ରାଷ୍ଟ୍ରପତି କହିଥିବା ବେଳେ ଯେଉଁମାନେ ସେନା ସହ ମିଶି ଋଷ ବିରୋଧରେ ଲଢେଇ କରିବାକୁ ଚାହୁଁଛନ୍ତି ସେମାନଙ୍କ ହାତରେ ଅସ୍ତ୍ର ଧରାଇଦେଇଛନ୍ତି ୟୁକ୍ରେନ ସରକାର । ଏଯାଏଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କ ପଛଘୁଞ୍ଚା ଦେଇନାହାନ୍ତି । ଋଷ ଭଳି ମହାଶକ୍ତି ବିରୋଧରେ ଶେଷ ପର୍ଯ୍ୟନ୍ତ ଲଢେଇ କରିବା ଉପରେ ଜୋର ଦେଇଛନ୍ତି । ଅନ୍ୟପଟେ ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି ।

Leave A Reply

Your email address will not be published.