ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନର ରାଷ୍ଟ୍ରପତି ଭବନ ନିକଟରେ ଋଷର ରକେଟ୍ ମାଡ଼

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଦଶମ ଦିନ । ଦିନକୁ ଦିନ ସ୍ଥିତି ଆହୁରି ବିଗିଡିପାରେ ଲାଗିଛି । ଋଷର ଆକ୍ରମଣରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ୟୁକ୍ରେନ । ପରମାଣୁ ଆକ୍ରମଣ ଆତଙ୍କ ଭିତରେ ଋଷ ସେନା ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଥିବା ୟୁକ୍ରେନ କହିଛି । ରାଷ୍ଟ୍ରପତି ଭବନ ପାଖରେ ରକେଠ ମାଡ଼ କରାଯାଇଛି । ସେହିପରି ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛନ୍ତି ଋଷ ସେନା । ୟୁକ୍ରେନର ମାରିୟୁପୋଲ ସହରକୁ ଋଷ କବଜା କରିଥିବା ଜଣାପଡିଛିା ୟୁକ୍ରେନର ଓଡେଶା ଅଞ୍ଚଳରେ ମଧ୍ୟ ଋଷ ପକ୍ଷରୁ ଘନଘନ ଆକ୍ରମଣ କରାଯାଉଛି । ଓଡେଶାର ଏକ ବ୍ରିଜକୁ ଉଡାଇଦେଇଛନ୍ତି ଋଷ ସେନା । କିଭ ଉପରେ ଅନ୍ତିମ ଆକ୍ରମଣ ପାଇଁ ପ୍ରସ୍ତୁତ ଚଳାଇଛି ଋଷ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ୟୁକ୍ରେନ ସମର୍ଥିତ ପାଶ୍ଚାତ ଦେଶମାନଙ୍କୁ ବଡ଼ ଇସାରା ଦେଇଛନ୍ତି । ପୁଟିନ ନିଜ ଦେଶରେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଓ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ପୁଟିନ ଋଷ ସେନା ବିରୋଧରେ ମିଥ୍ୟା ଖବର ପ୍ରସାରଣକୁ ନେଇ ଏକ ନୁଆ ନିୟମକୁ ଅନୁମୋଦନ କରିଛନ୍ତି । ନିୟମ ଅନୁସାରେ ଅଭିଯୁକ୍ତକୁ ୧୫ ବର୍ଷ ଯାଏଁ ଜେଲ ଦଣ୍ଡ ଦିଆଯିବ । ସେପଟେ ଯୁଦ୍ଧଭୂମୀ ୟୁକ୍ରେନରୁ ଏବେ ବି ଅନେକ ଭାରତୀୟ ଫସିରହିଛନ୍ତି । ଅପରେସନ ଗଙ୍ଗା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ଆଜି ଭାରତ ଫେରିଛନ୍ତି ଆଉ ୨୨୯ ଭାରତୀୟ । ସ୍ୱତନ୍ତ୍ର ବିମାନରେ ସେମାନେ ସ୍ୱଦେଶ ଫେରିଛନ୍ତି ।

Leave A Reply

Your email address will not be published.