ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ପଡୁଛି ଭୋଟ୍‌

0

ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳୁ ମତଦାନ ଆରମ୍ଭ ହୋଇସାରିଛି । ଆଜି ୨୨ଟି ଆସନ ପାଇଁ ୯୨ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଆଠଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୨୪୭ଟି ପୁଲିଂ ବୁଥରେ ଭୋଟ ଗ୍ରହଣ ଚାଲିଛି । ନିର୍ବାଚନ ଆୟୋଗଙ୍କ ତରଫରୁ ସୁରକ୍ଷା କଡାକଡି କରାଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଇଭିଏମର ବନ୍ଦ ହେବ । ଉଭୟ କଂଗ୍ରେସ ଓ ବିଜେପି ଏଥର ମଣିପୁରରେ ସରକାର ଗଢିବେ ବୋଲି ଦାବି କରୁଛନ୍ତି ।

ଆଜି ଭୋଟିଂ ହେଉଥିବା ୨୨ଟି ଆସନରୁ ୧୫ଟି ଆସନ ବିଜେପି ହାତେଇବ ବୋଲି ଦାବି କରୁଛି । ସେହିପରି କଂଗ୍ରେସ ୨୦ଟି ଆସନ ହାତେଇବ ବୋଲି ଦାବି କରିଛି । ତେବେ ମଣିପୁରରେ କିଏ ସରକାର ଗଢିବ ତା ଉପରେ ଏବେ ନଜର । ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ଆସନ୍ତା ୧୦ ତାରିଖ ଦିନ ହେବ । ସେପଟେ ମଣିପୁରରେ ପ୍ରଥମ ପର୍ଯ୍ୟାୟ ମତଦାନରେ ୧୨ଟି ପୁଲିଂ ବୁଥରେ ହିଂସା ହୋଇଥିବାରୁ ସେଠାରେ ମଧ୍ୟ ଆଜି ନିର୍ବାଚନ ହେଉଛି । ସେହିପରି ଉତ୍ତରପ୍ରଦେଶରେ ଆଜି ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ । ଆସନ୍ତା ୭ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବ ।

Leave A Reply

Your email address will not be published.