ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ୟୁକ୍ରେନର ରାଷ୍ଟ୍ରପତି ଭବନ ନିକଟରେ ଋଷର ରକେଟ୍ ମାଡ଼

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଦଶମ ଦିନ । ଦିନକୁ ଦିନ ସ୍ଥିତି ଆହୁରି ବିଗିଡିପାରେ ଲାଗିଛି । ଋଷର ଆକ୍ରମଣରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ୟୁକ୍ରେନ । ପରମାଣୁ ଆକ୍ରମଣ ଆତଙ୍କ ଭିତରେ ଋଷ ସେନା ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଥିବା ୟୁକ୍ରେନ କହିଛି । ରାଷ୍ଟ୍ରପତି ଭବନ ପାଖରେ ରକେଠ ମାଡ଼ କରାଯାଇଛି । ସେହିପରି ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛନ୍ତି ଋଷ ସେନା । ୟୁକ୍ରେନର ମାରିୟୁପୋଲ ସହରକୁ ଋଷ କବଜା କରିଥିବା ଜଣାପଡିଛିା ୟୁକ୍ରେନର ଓଡେଶା ଅଞ୍ଚଳରେ ମଧ୍ୟ ଋଷ ପକ୍ଷରୁ ଘନଘନ ଆକ୍ରମଣ କରାଯାଉଛି । ଓଡେଶାର ଏକ ବ୍ରିଜକୁ ଉଡାଇଦେଇଛନ୍ତି ଋଷ ସେନା । କିଭ ଉପରେ ଅନ୍ତିମ ଆକ୍ରମଣ ପାଇଁ ପ୍ରସ୍ତୁତ ଚଳାଇଛି ଋଷ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ୟୁକ୍ରେନ ସମର୍ଥିତ ପାଶ୍ଚାତ ଦେଶମାନଙ୍କୁ ବଡ଼ ଇସାରା ଦେଇଛନ୍ତି । ପୁଟିନ ନିଜ ଦେଶରେ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଓ ଟ୍ୱିଟର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ପୁଟିନ ଋଷ ସେନା ବିରୋଧରେ ମିଥ୍ୟା ଖବର ପ୍ରସାରଣକୁ ନେଇ ଏକ ନୁଆ ନିୟମକୁ ଅନୁମୋଦନ କରିଛନ୍ତି । ନିୟମ ଅନୁସାରେ ଅଭିଯୁକ୍ତକୁ ୧୫ ବର୍ଷ ଯାଏଁ ଜେଲ ଦଣ୍ଡ ଦିଆଯିବ । ସେପଟେ ଯୁଦ୍ଧଭୂମୀ ୟୁକ୍ରେନରୁ ଏବେ ବି ଅନେକ ଭାରତୀୟ ଫସିରହିଛନ୍ତି । ଅପରେସନ ଗଙ୍ଗା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ଆଜି ଭାରତ ଫେରିଛନ୍ତି ଆଉ ୨୨୯ ଭାରତୀୟ । ସ୍ୱତନ୍ତ୍ର ବିମାନରେ ସେମାନେ ସ୍ୱଦେଶ ଫେରିଛନ୍ତି ।

Leave A Reply

Your email address will not be published.