ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କେବେ ଓ କେମିତି ହେବ ମାଟ୍ରିକ ପରୀକ୍ଷା?

0

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିସ୍ତୁତ ସୂଚନା ଦିଆଯାଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ ଯାଏଁ ଚାଲିବ ପରୀକ୍ଷା । ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ହେବ । ଏହି ସମେଟିଭ ଆସେସମେଣ୍ଟ -୨ ପରୀକ୍ଷା ସବୁ ଛାତ୍ରଛାତୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର ସମୟସୀମା ଓ କେବେ ହେବ ସେ ନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।


() ଚଳିତ ଥର ଦୁଇଟି ସିଟିଂରେ ପରୀକ୍ଷା ହେବ । ମାଟ୍ରିକ ଛାତ୍ରଛାତ୍ରୀ କେବଳ ପ୍ରଥମ ସିଟିଂରେ ପରୀକ୍ଷା ଦେବେ ।
() ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ଏକଜାମିନେସନ ସାର୍ଟିଫିକେଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ କିଛି ପ୍ରାକ୍ଟିକାଲ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ ।
() ସକାଳ ୮ରୁ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ
() ୨ ଘଣ୍ଟା ସମୟ ରହିବ
() କେବେଳ ଗଣିତ ପାଇଁ ଅଧିକ ୧୫ ମିନିଟ ଦିଆଯିବ ।
() ୮୦ ମାର୍କର ପରୀକ୍ଷା ହେବ ।
() ଭୋକେସନାଲ ଟ୍ରେଡସ ଓ ଟିଏଲଭିକୁ ଛାଡିଦେଲେ ଅନ୍ୟ ସମସ୍ତ ବିଷୟର ପରୀକ୍ଷା ୮୦ ମାର୍କର ହେବ
() ୫୦ ସଂକ୍ଷିପ୍ତ ଓ ଦୀର୍ଘ ଉ ରମୂଳକ ରହିବ
() ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ଓଏମଆର ସିଟ୍‌ରେ ପରୀକ୍ଷା ଦେବେ
()ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ମିଳିଥିବା ବୁକଲେଟରେ ପରୀକ୍ଷା ଦେବେ ସେହିପରି ନବମ ଶ୍ରେଣୀର ସବମେଟିଭ-୨ ପରୀକ୍ଷା ଏପ୍ରିଲ ୧୩ରୁ ଆରମ୍ଭ ହୋଇ ୨୧ ଏପ୍ରିଲ ଯାଏଁ ଚାଲିବ । ପ୍ରଥମ ସିଟିଂ ୮ଟାରୁ ଆରମ୍ଭ ହେବ । ଦ୍ୱିତୀୟ ସିଟିଂ ୧୧ଟାରୁ ଆରମ୍ଭ ହେବ । ଏପ୍ରିଲ ୧୮ରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଆରମ୍ଭ ହେବ ।

Leave A Reply

Your email address will not be published.