ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭାରତୀୟ ମିସାଇଲକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନ

0

ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ନେଇ ବୟାନ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଛନ୍ତି , ଆମେ ବି ଜବାବ ଦେଇପାରିବୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ । ବାସ୍ତବରେ,ଭାରତ ଦ୍ୱାରା ଭୁଲରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଯାହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପଡିଥିଲା । ମାର୍ଚ୍ଚ ୯ ତାରିଖରେ ଭାରତୀୟ ସୁପରସୋନିକ ମିସାଇଲ ପରୀକ୍ଷଣ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନର ଲାହୌର ଠାରୁ ୨୭୫ କିଲୋମିଟର ଦୁରରେ ପଡିଥିଲା । ଏଥିରେ ଏକ ଶୀତଳ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଥିଲା । ତେବେ କାହାର ଜୀବନହାନୀ ହୋଇନାହିଁ ।

ଇମ୍ରାନ ଖାନ୍ ରବିବାର ପ୍ରଥମ ଥର ପାଇଁ ଏହି ଘଟଣା ଉପରେ ବୟାନ ରଖିଛନ୍ତି । ପାକିସ୍ତାନ ଭାରତକୁ କଡା ଜବାବ ଦେଇପାରିଥାନ୍ତି କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ରବିବାର ଇମ୍ରାନ୍ ଖାନ ପଞ୍ଜାବର ହଫିଜାବାଦ ଜିଲ୍ଲାର ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ । ତେବେ ନିଜର ସୁରକ୍ଷା କରିବାକୁ ଏକ ଜଟିଳ ପରିସ୍ଥିତି ଦେଇ ଗତି କରଛନ୍ତି ଇମ୍ରାନ୍ । ତାଙ୍କୁ ଗାଦିରୁ ହଟାଇବାକୁ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ରାଲିରେ ଇମ୍ରାନ ନିଜ ଦେଶର ସୁରକ୍ଷାକୁ ନେଇ କହିଥିଲେ । ସେ କହିଥିଲେ, ଆମକୁ ନିଜର ପ୍ରତିରକ୍ଷା କ୍ଷେତ୍ର ଓ ଦେଶକୁ ମଜବୁଦ କରିବାକୁ ହେବ ।

Leave A Reply

Your email address will not be published.