ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ପିଟିଲେ ଡାକ୍ତର

0

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଏଭଳି ଉନ୍ମ୍‌ତ କାଣ୍ଡ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତକାଲି ଡାକ୍ତରଖାନାରେ ରାତି ଡ୍ୟୁଟିରେ ଥିଲେ ଡାକ୍ତର ଶୈଳେଶ କୁମାର ଦୋରା । ଧର୍ମଗଡ଼ ବସ୍ତିପଡ଼ାର ଜଣେ ରୋଗୀ ପେଟର ଯନ୍ତ୍ରଣା ହେଉଥିବା ନେଇ ଡାକ୍ତରଖାନାକୁ ଆସିଥିଲେ । ହେଲେ ଡାକ୍ତର ନଥିବାରୁ ସେ ଡାକ୍ତର କୁଆଡେ ବୋଲି ପଚରାଉଚରା କରିଥିଲେ । ଏତିକିବେଳେ ଡାକ୍ତର ଆସି ତାଙ୍କୁ କାହିଁ ପାଟି କରୁଛ ବୋଲି କହି ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ ଭଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉଭୟଙ୍କ ମଧ୍ୟରେ ବଚସା ଏତେ ବଢିଯାଇଥିଲେ ଯେ ଉଭୟ ହାତାହାତି ହୋଇଯାଇଥିଲେ । ଏହା ପରେ ଡାକ୍ତର ଜଣକ ଉତ୍ତ୍ୟକ୍ତ ହୋଇ ରୋଗୀଙ୍କୁ ବାଡେଇଥିବା ଅଭିଯୋଗ ହୋଇଛି । ଡାକ୍ତର ଜଣକ ବାଡି ସାହାଯ୍ୟରେ ରୋଗୀଙ୍କୁ ପିଟିବା ପରେ ରୋଗୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ । ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଶେଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଥାନାକୁ ନେଇଥିଲା । ରୋଗୀ ଓ ଡାକ୍ତର ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ରୋଗୀ ଓ ଡାକ୍ତଙ୍କ ମଧ୍ୟରେ ଏହି ହାତାହାତି ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Leave A Reply

Your email address will not be published.