ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭାରତୀୟ ମିସାଇଲକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନ

0

ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ନେଇ ବୟାନ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଛନ୍ତି , ଆମେ ବି ଜବାବ ଦେଇପାରିବୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ । ବାସ୍ତବରେ,ଭାରତ ଦ୍ୱାରା ଭୁଲରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଯାହା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପଡିଥିଲା । ମାର୍ଚ୍ଚ ୯ ତାରିଖରେ ଭାରତୀୟ ସୁପରସୋନିକ ମିସାଇଲ ପରୀକ୍ଷଣ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନର ଲାହୌର ଠାରୁ ୨୭୫ କିଲୋମିଟର ଦୁରରେ ପଡିଥିଲା । ଏଥିରେ ଏକ ଶୀତଳ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଥିଲା । ତେବେ କାହାର ଜୀବନହାନୀ ହୋଇନାହିଁ ।

ଇମ୍ରାନ ଖାନ୍ ରବିବାର ପ୍ରଥମ ଥର ପାଇଁ ଏହି ଘଟଣା ଉପରେ ବୟାନ ରଖିଛନ୍ତି । ପାକିସ୍ତାନ ଭାରତକୁ କଡା ଜବାବ ଦେଇପାରିଥାନ୍ତି କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ରବିବାର ଇମ୍ରାନ୍ ଖାନ ପଞ୍ଜାବର ହଫିଜାବାଦ ଜିଲ୍ଲାର ଏକ ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ । ତେବେ ନିଜର ସୁରକ୍ଷା କରିବାକୁ ଏକ ଜଟିଳ ପରିସ୍ଥିତି ଦେଇ ଗତି କରଛନ୍ତି ଇମ୍ରାନ୍ । ତାଙ୍କୁ ଗାଦିରୁ ହଟାଇବାକୁ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ରାଲିରେ ଇମ୍ରାନ ନିଜ ଦେଶର ସୁରକ୍ଷାକୁ ନେଇ କହିଥିଲେ । ସେ କହିଥିଲେ, ଆମକୁ ନିଜର ପ୍ରତିରକ୍ଷା କ୍ଷେତ୍ର ଓ ଦେଶକୁ ମଜବୁଦ କରିବାକୁ ହେବ ।

Leave A Reply

Your email address will not be published.