ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0

ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣକ ପରେ ଜଣେ ଲାଞ୍ଚୁଆ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ବାବୁଙ୍କ ଘରେ ଖୋଜି ଖାଜି ଚଢାଉ କରିଛି ଭିଜିଲାନ୍ସ । ଆଜି ପୂର୍ତ୍ତ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସର ଆଖି ପଡିଛି । ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ଭୁବନେଶ୍ୱରରେ ଗୋଟିଏ ଘର ଓ ଅଫିସ, ଢେଙ୍କାନାଳର ଦୁଇଟି ସ୍ଥାନ, ତାଳଚେରର ପୈତୃକ ଘରେ ରେଡ ହୋଇଛି । ଭୁବନେଶ୍ୱର ରଘୁନାଥମୌଜାରେ ଥିବା ତିନି ମହଲା ଘରେ ଚଢାଉ ହୋଇଛି । ୫ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ଚଢାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ଡିଏସପି ଅନୁରୁଦ୍ଧ ନାୟକଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି । ଚଢାଉ ବେଳେ କିଛି ଏଟିଏମ,ପାସବୁକ ଓ ଇନସ୍ୟୁରାନ୍ସ ପେପର ଭିଜିଲାନ୍ସ ଜବତ କରିଛି । ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଏହି ଚଢାଉ ହୋଇଥିବା ବେଳେ ଏଯାଏ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.