ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0

ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣକ ପରେ ଜଣେ ଲାଞ୍ଚୁଆ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ବାବୁଙ୍କ ଘରେ ଖୋଜି ଖାଜି ଚଢାଉ କରିଛି ଭିଜିଲାନ୍ସ । ଆଜି ପୂର୍ତ୍ତ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସର ଆଖି ପଡିଛି । ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ଭୁବନେଶ୍ୱରରେ ଗୋଟିଏ ଘର ଓ ଅଫିସ, ଢେଙ୍କାନାଳର ଦୁଇଟି ସ୍ଥାନ, ତାଳଚେରର ପୈତୃକ ଘରେ ରେଡ ହୋଇଛି । ଭୁବନେଶ୍ୱର ରଘୁନାଥମୌଜାରେ ଥିବା ତିନି ମହଲା ଘରେ ଚଢାଉ ହୋଇଛି । ୫ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ଚଢାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ଡିଏସପି ଅନୁରୁଦ୍ଧ ନାୟକଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି । ଚଢାଉ ବେଳେ କିଛି ଏଟିଏମ,ପାସବୁକ ଓ ଇନସ୍ୟୁରାନ୍ସ ପେପର ଭିଜିଲାନ୍ସ ଜବତ କରିଛି । ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଏହି ଚଢାଉ ହୋଇଥିବା ବେଳେ ଏଯାଏ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.