ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସ୍କୁଲ ଶ୍ରେଣୀଗୃହରୁ ମିଳିଲା ବନ୍ଧୁକ

0

ସ୍କୁଲ ଶ୍ରେଣୀଗୃହରୁ ବାହାରିଲା ଦେଶୀ ବନ୍ଧୁକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସମ୍ବଲପୁର କୁଚିଣ୍ଡା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହରୁ ବନ୍ଧୁକ ମିଳିଛି । ଆଉ ନିଜେ ଶିକ୍ଷକ ହିଁ ଏହି ବନ୍ଧୁକ ରଖିଥିବା ଜଣାପଡିଛି । ତେବେ ବନ୍ଧୁକ ମିଳିବା ପରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି ।

ଖବର ଅନୁସାରେ, ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇଙ୍କ ଗତ ୪ ତାରିଖରେ ଅନ୍ୟତ୍ର ବଦଳି ଯାଇଛି । ଏଠାରେ ଥିବା ସମୟରେ ସେ ଦୁଇଟି ଗୃହକୁ ନିଜ ଅକ୍ତିଆରରେ ରଖିଥିଲେ । ଗୋଟେ ଘରେ ରୋଷେଇ କରୁଥିବା ବେଳେ ଅନ୍ୟ ଗୃହକୁ ଶୋଇବା ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ବଦଳି ପରେ ସେ ଶ୍ରେଣୀଗୃହ ଖାଲି କରିନଥିବାରୁ ଅସୁବିଧା ଦେଖାଦେଉଥିଲା । ସିଆରସିସି ଗୋଟିଏ ଶ୍ରେଣୀଗୃହକୁ ଖାଲି କରି ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶ୍ରେଣୀଗୃହ ଖାଲି କରିବା ସମୟରେ ଏହି ବନ୍ଧୁକ ମିଳିଛି । ପ୍ରଧାନଶିକ୍ଷକ ବନ୍ଧୁକ ଦେଖିବା ପରେ ସିଆରସିସିଙ୍କୁ ଅବଗତ କରାଇଥିଲେ । ଗୋବିନ୍ଦ ଭୋଇଙ୍କ ଏହି ପିସ୍ତଲ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ଗୋବିନ୍ଦ ଭୋଇଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି । ସେ ଗତ କିଛି ମାସ ତଳେ ଜଣକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏନେଇ ଜମନକିରା ଥାନାରେ ମାମଲା ମଧ୍ୟ ରହିଛି ।

Leave A Reply

Your email address will not be published.