ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସ୍କୁଲ ଶ୍ରେଣୀଗୃହରୁ ମିଳିଲା ବନ୍ଧୁକ

0

ସ୍କୁଲ ଶ୍ରେଣୀଗୃହରୁ ବାହାରିଲା ଦେଶୀ ବନ୍ଧୁକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସମ୍ବଲପୁର କୁଚିଣ୍ଡା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହରୁ ବନ୍ଧୁକ ମିଳିଛି । ଆଉ ନିଜେ ଶିକ୍ଷକ ହିଁ ଏହି ବନ୍ଧୁକ ରଖିଥିବା ଜଣାପଡିଛି । ତେବେ ବନ୍ଧୁକ ମିଳିବା ପରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି ।

ଖବର ଅନୁସାରେ, ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇଙ୍କ ଗତ ୪ ତାରିଖରେ ଅନ୍ୟତ୍ର ବଦଳି ଯାଇଛି । ଏଠାରେ ଥିବା ସମୟରେ ସେ ଦୁଇଟି ଗୃହକୁ ନିଜ ଅକ୍ତିଆରରେ ରଖିଥିଲେ । ଗୋଟେ ଘରେ ରୋଷେଇ କରୁଥିବା ବେଳେ ଅନ୍ୟ ଗୃହକୁ ଶୋଇବା ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ବଦଳି ପରେ ସେ ଶ୍ରେଣୀଗୃହ ଖାଲି କରିନଥିବାରୁ ଅସୁବିଧା ଦେଖାଦେଉଥିଲା । ସିଆରସିସି ଗୋଟିଏ ଶ୍ରେଣୀଗୃହକୁ ଖାଲି କରି ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶ୍ରେଣୀଗୃହ ଖାଲି କରିବା ସମୟରେ ଏହି ବନ୍ଧୁକ ମିଳିଛି । ପ୍ରଧାନଶିକ୍ଷକ ବନ୍ଧୁକ ଦେଖିବା ପରେ ସିଆରସିସିଙ୍କୁ ଅବଗତ କରାଇଥିଲେ । ଗୋବିନ୍ଦ ଭୋଇଙ୍କ ଏହି ପିସ୍ତଲ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ଗୋବିନ୍ଦ ଭୋଇଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଛି । ସେ ଗତ କିଛି ମାସ ତଳେ ଜଣକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏନେଇ ଜମନକିରା ଥାନାରେ ମାମଲା ମଧ୍ୟ ରହିଛି ।

Leave A Reply

Your email address will not be published.