ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ, ଜରୁରୀ ନୁହେଁ ହିଜାବ

0

ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ହିଜାବ ମାମଲାରେ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ । ଉଡୁପିର କିଛି ସ୍କୁଲର ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର କରିଥିଲେ । କୋର୍ଟ ଛାତ୍ରମାନଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ ଛ୍ରାତ୍ରମାନେ ସ୍କୁଲ ଡ୍ରେସ ପିନ୍ଧିବାକୁ ମନା କରିପାରିବେ ନାହିଁ ।

ହାଇକୋର୍ଟରେ ମାମଲା ଦାଏର ପରେ ଫେବୃଆରୀ ୯ରେ ପ୍ରଧାନବିଚାରପତି ଋତୁରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କ ବେ ଗଠନ କରାଯାଇଥିଲା । ଛାତ୍ରୀମାନେ ସେମାନଙ୍କ ଆବେଦନରେ କହିଥିଲେ ଯେ, ସେମାନଙ୍କୁ କ୍ଲାସ ଭିତରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ । କାରଣ ଏହା ସେମାନଙ୍କ ଧର୍ମର ଏକ ଅଂଶ । ହେଲେ ଏହି ଆବେନକୁ ଆଜି ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହ ସ୍କୁଲ ପୋଷାକ ପିନ୍ଧିବାକୁ ମନା କରିପାରିବେ ନାହିଁ ବୋଲି କଡା ଭାଷାରେ କହିଛନ୍ତି କୋର୍ଟ ।

Leave A Reply

Your email address will not be published.