ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଆଖି । ଗୋଟି ଗୋଟି କରି ସମସ୍ତଙ୍କୁ ଧରୁଛି ଭିଜିଲାନ୍ସ । ଗତକାଲି ଜଣେ ଯନ୍ତ୍ରୀଙ୍କ ଘରେ ରେଡ ପରେ ଆଜି ଜଣେ କୃଷି ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କୃଷି ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରିରି ଏମ୍.ଆନନ୍ଦ ରାଓ । ଏମ.ଆନନ୍ଦ ରାଓଙ୍କ ଘରେ ସମେତ ବିଭିନ୍ନ ଜାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ନବରଙ୍ଗପୁରରେ ଥିବା ବାସଭବନ, ମାଲକାନଗିରି କାର୍ଯ୍ୟାଳୟ, ବିଶାଖପାଟଣା ସ୍ଥିତ ଘରେ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି । ଚଢାଉ ସମୟରେ କିଛି ନଗଦ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସୂଚନା ମିଳିନାର୍ହିଁ ।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ