ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଆଖି । ଗୋଟି ଗୋଟି କରି ସମସ୍ତଙ୍କୁ ଧରୁଛି ଭିଜିଲାନ୍ସ । ଗତକାଲି ଜଣେ ଯନ୍ତ୍ରୀଙ୍କ ଘରେ ରେଡ ପରେ ଆଜି ଜଣେ କୃଷି ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କୃଷି ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରିରି ଏମ୍.ଆନନ୍ଦ ରାଓ । ଏମ.ଆନନ୍ଦ ରାଓଙ୍କ ଘରେ ସମେତ ବିଭିନ୍ନ ଜାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ନବରଙ୍ଗପୁରରେ ଥିବା ବାସଭବନ, ମାଲକାନଗିରି କାର୍ଯ୍ୟାଳୟ, ବିଶାଖପାଟଣା ସ୍ଥିତ ଘରେ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି । ଚଢାଉ ସମୟରେ କିଛି ନଗଦ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସୂଚନା ମିଳିନାର୍ହିଁ ।
ପ୍ରମୁଖ ଖବର
ତିନି ମାସ ନିଖୋଜ ଥିବା ଆଇନଜୀବୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ ଜଷ୍ଟିସ୍ ସୂର୍ଯ୍ୟକାନ୍ତ
ପରଲୋକରେ ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର